Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଯେଉଁଠି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆମେ ଗୋଷ୍ଠୀବଦ୍ଧ ଜୀବନକୁ ଭେଟିଥାଉ, ତାକୁ ହିଁ ଆମେ ସମାଜ କହୁ । ଏହା ପ୍ରତ୍ୟେକ ମାନବର ଚେତନା-ନିର୍ମାଣକାରୀ ପ୍ରେକ୍ଷାପଟ । ଏହାରି ଭୂମିରୁ ସ୍ୱପ୍ନମଖା ଜୀବନଋତୁକୁ ଆହ୍ୱାନ କରିବା ଏବଂ ରହସ୍ୟମୟ ଭୂମା ପର୍ଯ୍ୟନ୍ତ ଗତି କରିବାର ସ୍ଫୁଲିଙ୍ଗ ପ୍ରାପ୍ତ ହୁଏ । ପୁଣି ଏଥିରୁ ଜୀବନର ଯଥାର୍ଥ ଲକ୍ଷ୍ୟ ମିଳେ, ଆତ୍ମସମୀକ୍ଷା ପ୍ରତି ସଚେତନତା ଏବଂ ଆତ୍ମୋପଲବ୍ଧି ଦିଗରେ ମାନବାତ୍ମାର ଆସ୍ପୃହା ସୃଷ୍ଟି ହୁଏ । ଯେଉଁ ସମାଜର ପରିବେଷ୍ଟନୀଟି ଯେତେ ଆନ୍ତରିକ, ସେହି ବଳୟର ବ୍ୟକ୍ତିସତ୍ତା ସେତେ ସ୍ୱତନ୍ତ୍ର । ସାହିତ୍ୟିକଟିଏ ସମାଜର ଆନ୍ତରିକ ବେଷ୍ଟନୀରୁ ହିଁ ସର୍ଜ୍ଜନାର ପ୍ରେରଣା ଲାଭ କରିଥାଏ । ବିସ୍ତୃତ ସାମାଜିକ ଭୂମି ଉପରେ ଶିଳ୍ପୀର ଅନୁଭବ ହୁଏ ଶାଣିତ, ଶିକ୍ଷା ହୁଏ ମାର୍ଜିତ, ଜୀବନର ବ୍ୟାଖ୍ୟା ତେଣୁ ହୁଏ ଯଥାର୍ଥ ଓ ହୃଦ୍ୟ । ସମାଜ ବ୍ୟତିରେକ ଅନ୍ୟ କୌଣସି ସ୍ଥାନରେ ଜୀବନର ମୂଲ୍ୟ ଖୋଜିହୁଏନି । ବିବିଧ ଅନୁଭବ ରସାଣିତ ଉପଲବ୍ଧିକୁ ନେଇ ସାହିତ୍ୟିକର ଜୀବନୀୟ ଦର୍ଶନ ହୋଇଥାଏ ବଳିଷ୍ଠ ତଥା କାଳୋତ୍ତୀର୍ଣ୍ଣ । 'ଦର୍ଶନ ଓ ସାହିତ୍ୟ’ ପରସ୍ପରର ପରିପୂରକ । 'ସମାଜ ମୂଲ୍ୟ’ ଉଭୟ ଦର୍ଶନ ଓ ସାହିତ୍ୟରେ ଅନ୍ତଃସଲୀଳା ଫଲ୍ଗୁ ଭଳି ତରଙ୍ଗାୟିତ ହୋଇଥାଏ । ଜୀବନୀୟ ମୂଲ୍ୟବୋଧକୁ ନେଇ ଶିଳ୍ପୀର ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ଦର୍ଶନରେ ଶିରପା ଲାଭ ହୁଏ । ଅନ୍ତର୍ନିମଗ୍ନ ଚେତନାର ଗରିମା ଦ୍ୱାରା ଲେଖକ ନିଜ ସୃଜନକୁ ଶକ୍ତିଶାଳୀ କରିବାକୁ ସକ୍ଷମ ହୁଏ । 'ସମାଜ: ଦର୍ଶନ ଓ ସାହିତ୍ୟ’ - ଏହିଭଳି ଦାର୍ଶନିକ ଅଭିବ୍ୟକ୍ତିକୁ ନେଇ ଏକ ତତ୍ତ୍ୱାଶ୍ରୟୀ ପ୍ରବନ୍ଧ ସଂକଳନ । ଏଥିରେ ବ୍ୟକ୍ତିଗତ ଅନୁଭବଙ୍କ ନମ୍ର ଉଚ୍ଚାରଣ ସହିତ ଯଶସ୍ୱୀ ବ୍ୟକ୍ତିତ୍ୱମାନଙ୍କ ସଂପର୍କରେ ସାନ୍ଦ୍ର ଆଲୋଚନା ରହିଛି । ଚିନ୍ତନର ଅଭିସନ୍ଧି ମଧ୍ୟରେ ଦର୍ଶନର ନାନ୍ଦନିକତାକୁ ପ୍ରତିଷ୍ଠା ଦେବା ହିଁ ଏହି ପ୍ରବନ୍ଧ ସଂକଳନର ଅନ୍ତଃସ୍ୱର । ଅଗଣିତ ଜିଜ୍ଞାସୁ ବିଦ୍ୟାର୍ଥୀ ତଥା ଗବେଷକଙ୍କ ନିମନ୍ତେ ଏହି ସଂକଳନଟି ଉପାଦେୟ ସାବ୍ୟସ୍ତ ହେବ ।