Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବୃହନ୍ନଳାର ଅଭିସାର’ ସଂକଳନଟି ମୋର ପ୍ରଥମ ଗଳ୍ପ ପୁସ୍ତକ। ମହାଭାରତରେ ଅର୍ଜୁନ ଜଣେ ନାରୀଭାବରେ ସୁସଜ୍ଜିତ ହୋଇ କୌରବମାନଙ୍କଠାରୁ ନିଜକୁ ଲୁକ୍କାୟିତ ରଖିଥିଲେ। ତାଙ୍କ ଭିତରେ ଏକ ନାରୀର ମାନବୀୟ କୋମଳ ଆବେଗ, କଳାତ୍ମକତା, ଇଚ୍ଛା-ଅନିଚ୍ଛା, ହର୍ଷ-ଆନନ୍ଦ, ଅଭିମାନ, ବ୍ୟଥା ଭଳି ପ୍ରକୃତି ତାଙ୍କ ବ୍ୟକ୍ତିତ୍ୱରେ ଫୁଟିଉଠିଥିଲା। ଭୂଲୋକରେ ତାଙ୍କର ଛାୟାରୂପ ଭାବେ ଅନେକ ବୃହନ୍ନଳାଙ୍କୁ ଆମେ ସାକ୍ଷାତ କରୁ ଯେଉଁମାନେ ପରିଚୟ ପାଇଁ ନିଜ ଆତ୍ମା ଓ ସମାଜ ସହିତ ଅହରହ ସାଲିସ୍ କରନ୍ତି।’ବୃହନ୍ନଳାର ଅଭିସାର’ ଏକ ବାସ୍ତବ କାହାଣୀ। ଏହି ସଙ୍କଳନସ୍ଥ ଏମିତି ନିଚ୍ଛକ ଚରିତ୍ରମାନଙ୍କ ଭିତରେ ରହିଛନ୍ତି ମୋହନ, ଧାନୀ, ପିଇସୀ ଅପା, ଘନିଆ, ମୀରା, ସ୍ନିଗ୍ଧା, ଜିନି, ଆଦିତ୍ୟ, ସାୟନ୍ତନ, ଗୁରୁବାରୀ, ଅନସୂୟା, ଠାକୁମା’, ବିରାଟ ମିଶ୍ର, ସାବେନୀ, ନେତ, ଶିବାନୀ, ବିନି, ଗଜଲ୍, ସୁଜିତା, ସୁଜିତ ଭଳି ଅନେକ ଚରିତ୍ର। ମୋ କଳ୍ପଲୋକରେ ମୁଁ ଗଢ଼ିଛି ଏକ ଅଲୌକିକ-କୁହୁକ ଜଗତ, ଯେଉଁଠି ମୁଁ ସମାଧିର ଅଶ୍ରୁତ ବିଳାପକୁ ଶୁଣିପାରେ, ଯନ୍ତ୍ରମାନବୀର ଦୁଃଖ ଓ ବାମନର ଆତ୍ମାକୁ ମୁଁ ବୁଝିପାରେ। ସେମାନଙ୍କୁ ଲେଖିଲା ଭିତରେ ମୁଁ ନିଭୃତରେ କାନ୍ଦିଛି ବି। ପ୍ରକୃତରେ ଯାହା ବାସ୍ତବ ଜଗତରେ ସମ୍ଭବ ହୁଏନାହିଁ ଏବଂ ସ୍ରଷ୍ଟାଟିଏ ନିଜର ଗୁଡ଼ାଏ ଅବସୋସ ନେଇ କୁହୁଳୁ ଥାଏ, ସେଇଠି ଅନ୍ତତଃପକ୍ଷେ ତା’ ପାଇଁ ନିରୁପଦ୍ରବ କଳ୍ପନାର ଭୂଖଣ୍ଡଟିଏ ଥାଏ। ଯେଉଁଠାରେ ତା’ ଭାବନାକୁ କେହିହେଲେ ବାଧା ଦେଇପାରିବେ ନାହିଁ। ମୋ ହୃଦୟ ଭିତରେ ଖୁବ୍ ସୁନ୍ଦର ଉଛୁଳା ଭାବଜଗତଟେ ଅଛି। - ସଂଘମିତ୍ରା ଭଞ୍ଜ