LIBROS DEL AUTOR: sanghamitra bhanja

7 resultados para LIBROS DEL AUTOR: sanghamitra bhanja

sanghamitra bhanja Eliminar filtro Quitar filtros
  • Bruhannalara Abhisara
    Sanghamitra Bhanja
    ବୃହନ୍ନଳାର ଅଭିସାର’ ସଂକଳନଟି ମୋର ପ୍ରଥମ ଗଳ୍ପ ପୁସ୍ତକ। ମହାଭାରତରେ ଅର୍ଜୁନ ଜଣେ ନାରୀଭାବରେ ସୁସଜ୍ଜିତ ହୋଇ କୌରବମାନଙ୍କଠାରୁ ନିଜକୁ ଲୁକ୍କାୟିତ ରଖିଥିଲେ। ତାଙ୍କ ଭିତରେ ଏକ ନାରୀର ମାନବୀୟ କୋମଳ ଆବେଗ, କଳାତ୍ମକତା, ଇଚ୍ଛା-ଅନିଚ୍ଛା, ହର୍ଷ-ଆନନ୍ଦ, ଅଭିମାନ, ବ୍ୟଥା ଭଳି ପ୍ରକୃତି ତାଙ୍କ ବ୍ୟକ୍ତିତ୍ୱରେ ଫୁଟିଉଠିଥିଲା। ଭୂଲୋକରେ ତାଙ୍କର ଛାୟାରୂପ ଭାବେ ଅନେକ ବୃହନ୍ନଳାଙ୍କୁ ଆମେ ସାକ୍ଷାତ କରୁ ଯେଉଁମାନେ ପରିଚୟ ପାଇଁ ନିଜ ଆତ୍ମା ଓ ସମାଜ ସହିତ ଅହରହ ସାଲ...
    Disponible

    20,16 €

  • Siddhartha
    Hermann Hesse / Sanghamitra Bhanja
    ନିର୍ବାଣ ପାଇଁ ଜିଜ୍ଞାସା ରଖିଥିବା ସିଦ୍ଧାର୍ଥ ଭିନ୍ନ ଭିନ୍ନ ଅନୁଭବ ଲାଭ କରି ପରିଶେଷରେ ନିର୍ବାଣ ଲାଭ କରିଥିଲେ । ପ୍ରତ୍ୟେକ ମଣିଷ ଯିଏ କିଛି ପ୍ରାପ୍ତିର ଆକାଂକ୍ଷା ରଖନ୍ତି, ତାଙ୍କୁ ସିଦ୍ଧାର୍ଥ ଭଳି ସାହସୀ ହେବାକୁ ହେବ । କେବଳ ନିଜ ଅନୁଭବ ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ଅବା ନିର୍ବାଣ ସମ୍ଭବ । କାରଣ ଜ୍ଞାନକୁ ନା ଶିକ୍ଷା ଦିଆଯାଇପାରେ ନା ଅନ୍ୟର ଅନୁଭବରୁ ତାହା ଆମକୁ ମିଳେ । ନିଜସ୍ୱ ଅନୁଭବ ଦ୍ୱାରା ହିଁ ଜ୍ଞାନଲାଭ ସମ୍ଭବ । ମାନବ ନଦୀ ଭଳି ନିଜ ଭାବନାକୁ...
    Disponible

    21,63 €

  • Bodhichhaya (ବୋଧିଛାୟା)
    Sanghamitra Bhanja
    ସଂଘମିତ୍ରା ଭଞ୍ଜଙ୍କ ’ବୋଧିଛାୟା’ର ଗୋପା ଇତିହାସ କିମ୍ବଦନ୍ତୀର ରାଜପ୍ରାସାଦରୁ ଓହ୍ଲାଇ ଆସି ଜନପଥର ପ୍ରତିକୂଳ ସ୍ଥିତି ସହ ଅହରହ ସଂଘର୍ଷ କରୁଥିବା ସାଧାରଣ ପୁଣି ଅସାଧାରଣ ନାରୀ । ତାଙ୍କ ଭିତରେ ପତ୍ନୀର ଆକୁଳତା, ମାତାର ଆବେଗ ସାଙ୍ଗକୁ ସ୍ୱାଭିମାନ ପାଇଁ ଲଢୁଥିବା ନାରୀର ଅନ୍ତର୍ବେଦନା ମର୍ମସ୍ପର୍ଶୀ ଭାବରେ ଫୁଟିଉଠିଛି ’ବୋଧିଛାୟା’ରେ । ନାରୀଟିଏ ତା’ର ବ୍ୟକ୍ତିଗତ ଜୀବନର ଅନେକ ଅନୁଭବକୁ ସଂଗୁପ୍ତ ରଖି ଜଗତ ଆଗରେ ସ୍ୱାଭାବିକତାର ଜୀବନ ଜିଉଁଥାଏ । ଭୋଗ ପ୍ରାଚ...
    Disponible

    19,13 €

  • Lalita
    Sanghamitra Bhanja
    ଆଧୁନିକ ପ୍ରେକ୍ଷାପଟରେ ପ୍ରତ୍ୟେକ ମଣିଷ ନିଜ ଜୀବନର ଅଭାବବୋଧ, ଶୂନ୍ୟତା, ଅସହାୟତା, ନିଃସଙ୍ଗତା ଏବଂ ଅତୃପ୍ତ ଜୀବନଯାତ୍ରାକୁ ନେଇ ସଂଗ୍ରାମରତ । ଶ୍ରଦ୍ଧାଶୀଳ ମଣିଷର ଆବେଗମୟ ଆନ୍ତରିକତା ତଥା ବିଭୁପ୍ରେମର ନିବିଡ଼ତା ତାକୁ ସକ୍ରିୟତା, ଆତ୍ମାନ୍ୱେଷଣ ତଥା ଅର୍ଥମୟ ଜୀବନର ଅନୁଭବ ମଧ୍ୟ ଦେଇ କର୍ମଯୋଗର ପ୍ରେରଣା ଯୋଗାଏ । ବୈଷ୍ଣବ ସାହିତ୍ୟର ଲଳିତା ଚରିତ୍ରକୁ ପାରଂପରିକ ଦୂତୀ ପରିଚୟରୁ ମୁକ୍ତ କରି ସଂଘମିତ୍ରା ତାଙ୍କୁ ଆଧୁନିକ ନାରୀର ପରିଚୟ ଦେଇଛନ୍ତି ଯାହା ଭିତରେ...
    Disponible

    16,56 €

  • Prabasi Odia Sahitya
    Sanghamitra Bhanja
    ମଣିଷ ବିଦେଶରେ ରହି ଭାଷା ଭୁଲିଗଲେ ପରିଚିତି ସଂକଟର ସାମ୍ନା କରେ । ଓଡ଼ିଆ ସନ୍ତାନ ପୃଥିବୀର ବହୁ ଦେଶରେ ଅଛନ୍ତି ଓ ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ଓ ସମୃଦ୍ଧ । କର୍ମକ୍ଷେତ୍ରରେ ଓ ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରିପାରନ୍ତି ନାହିଁ । କିନ୍ତୁ ପ୍ରଥମ ପିଢ଼ିର ପ୍ରବାସୀ ଓଡ଼ିଆମାନେ ସେମାନଙ୍କ ହୃଦୟର ନିକଟତମ ମାତୃଭାଷା ଓଡ଼ିଆକୁ ଭୁଲନ୍ତି ନାହିଁ । ସେମାନଙ୍କୁ ପଚାରିଲେ ସେମାନେ ନିଶ୍ଚୟ କହିବେ ସେମାନେ ସ୍ୱପ୍ନ ଦେଖନ୍ତି ମାଆର ଭାଷା ଓଡ଼ିଆରେ ...
    Disponible

    23,02 €

  • Gourahari Dasanka Saraswata Balaya
    Diptimayee Sahoo / Jyoti Sahoo / Sanghamitra Bhanja
    ଗୌରହରି ଦାସଙ୍କ ସାମଗ୍ରିକ ସୃଜନକର୍ମକୁ ନେଇ ଆଲୋଚନା କରିବାର ନିଷ୍ପତ୍ତି ଆଦୌ ଆକସ୍ମିକ ନ ଥିଲା । ’ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ଏକଦା ନାରୀସଶକ୍ତିକରଣ ପ୍ରସଙ୍ଗ ଆଲୋଚନା ଅବସରରେ ସାଂପ୍ରତିକ ସମୟର ସବୁଠୁ ଅଧିକ ନାରୀବାଦୀ-ସମ୍ବେଦନଶୀଳ ଲେଖକଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ଛାତ୍ରୀମାନେ ସେଦିନ ଗୌରହରି ଦାସଙ୍କ ’ଅହଲ୍ୟାର ବାହାଘର’ର କଥାବସ୍ତୁର ଆଲୋଚନା କରିବା ସହିତ ତା’ର ହୃଦୟସ୍ପର୍ଶକାରୀ ଆବେଦନ ସଂପର୍କରେ ଆଲୋଚନା କ...
    Disponible

    25,70 €

  • Samaja
    Sanghamitra Bhanja
    ଯେଉଁଠି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆମେ ଗୋଷ୍ଠୀବଦ୍ଧ ଜୀବନକୁ ଭେଟିଥାଉ, ତାକୁ ହିଁ ଆମେ ସମାଜ କହୁ । ଏହା ପ୍ରତ୍ୟେକ ମାନବର ଚେତନା-ନିର୍ମାଣକାରୀ ପ୍ରେକ୍ଷାପଟ । ଏହାରି ଭୂମିରୁ ସ୍ୱପ୍ନମଖା ଜୀବନଋତୁକୁ ଆହ୍ୱାନ କରିବା ଏବଂ ରହସ୍ୟମୟ ଭୂମା ପର୍ଯ୍ୟନ୍ତ ଗତି କରିବାର ସ୍ଫୁଲିଙ୍ଗ ପ୍ରାପ୍ତ ହୁଏ । ପୁଣି ଏଥିରୁ ଜୀବନର ଯଥାର୍ଥ ଲକ୍ଷ୍ୟ ମିଳେ, ଆତ୍ମସମୀକ୍ଷା ପ୍ରତି ସଚେତନତା ଏବଂ ଆତ୍ମୋପଲବ୍ଧି ଦିଗରେ ମାନବାତ୍ମାର ଆସ୍ପୃହା ସୃଷ୍ଟି ହୁଏ । ଯେଉଁ ସମାଜର ପରିବେଷ୍ଟନ...
    Disponible

    22,01 €