Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ସଂଘମିତ୍ରା ଭଞ୍ଜଙ୍କ ’ବୋଧିଛାୟା’ର ଗୋପା ଇତିହାସ କିମ୍ବଦନ୍ତୀର ରାଜପ୍ରାସାଦରୁ ଓହ୍ଲାଇ ଆସି ଜନପଥର ପ୍ରତିକୂଳ ସ୍ଥିତି ସହ ଅହରହ ସଂଘର୍ଷ କରୁଥିବା ସାଧାରଣ ପୁଣି ଅସାଧାରଣ ନାରୀ । ତାଙ୍କ ଭିତରେ ପତ୍ନୀର ଆକୁଳତା, ମାତାର ଆବେଗ ସାଙ୍ଗକୁ ସ୍ୱାଭିମାନ ପାଇଁ ଲଢୁଥିବା ନାରୀର ଅନ୍ତର୍ବେଦନା ମର୍ମସ୍ପର୍ଶୀ ଭାବରେ ଫୁଟିଉଠିଛି ’ବୋଧିଛାୟା’ରେ । ନାରୀଟିଏ ତା’ର ବ୍ୟକ୍ତିଗତ ଜୀବନର ଅନେକ ଅନୁଭବକୁ ସଂଗୁପ୍ତ ରଖି ଜଗତ ଆଗରେ ସ୍ୱାଭାବିକତାର ଜୀବନ ଜିଉଁଥାଏ । ଭୋଗ ପ୍ରାଚୁର୍ଯ୍ୟ ଭିତରେ ଥାଇ ସୁଦ୍ଧା ରାଜକନ୍ୟା କିମ୍ବା ରାଜରାଣୀ ସମ୍ମାନର ସ୍ୱୀକୃତି ଟିକକ ପାଇଁ ଭିତରେ ଭିତରେ ଭିକ୍ଷୁଣୀ ପରି ଅଥୟ ହେଉଥାଏ । ପୂର୍ଣ୍ଣ ଭାବରେ ଏହି ଚିତ୍ରଟିକୁ ଆଙ୍କିବା ଆଦୌ ସହଜ ନୁହେଁ, ଯାହା ଲେଖିକା ଆଙ୍କି ପାରିଛନ୍ତି । ଗୋପା ଚରିତ୍ର ମାଧ୍ୟମରେ କବୀ ପୁଣି କେବଳ ଭାରତୀୟ ନାରୀର ସଂସ୍କାର, ସାଧନା କି ସଂକଳ୍ପ ନୁହେଁ ବରଂ ବିଶ୍ୱନାରୀର ଧୈର୍ଯ୍ୟ, ଉଦାରତା ଓ ସହନଶୀଳତାର କଥା ମଧ୍ୟ ସୁନ୍ଦର ଭାବରେ କହିଛନ୍ତି । ’ବୋଧିଛାୟା’ର ପଦ ଓ ଶବ୍ଦର ଫାଙ୍କ ଦେଇ ଯଶୋଧାରାଙ୍କ ସହ ଭାରତୀୟ ପୁରାଣର ମୀରା, ଶ୍ରୀରାଧା ଏପରିକି ସମକାଳୀନ ନାରୀଟିଏର ଚେହେରାକୁ ମଧ୍ୟ ଦେଖିହୁଏ । ଦୀର୍ଘ କବିତାର ପରମ୍ପରାରେ କବୀଙ୍କ ’ବୋଧିଛାୟା’ ଏକ ଭାବସ୍ନିଗ୍ଧ-କମନୀୟ ଉପସ୍ଥାପନା ।