Librería Samer Atenea
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଆଧୁନିକ ପ୍ରେକ୍ଷାପଟରେ ପ୍ରତ୍ୟେକ ମଣିଷ ନିଜ ଜୀବନର ଅଭାବବୋଧ, ଶୂନ୍ୟତା, ଅସହାୟତା, ନିଃସଙ୍ଗତା ଏବଂ ଅତୃପ୍ତ ଜୀବନଯାତ୍ରାକୁ ନେଇ ସଂଗ୍ରାମରତ । ଶ୍ରଦ୍ଧାଶୀଳ ମଣିଷର ଆବେଗମୟ ଆନ୍ତରିକତା ତଥା ବିଭୁପ୍ରେମର ନିବିଡ଼ତା ତାକୁ ସକ୍ରିୟତା, ଆତ୍ମାନ୍ୱେଷଣ ତଥା ଅର୍ଥମୟ ଜୀବନର ଅନୁଭବ ମଧ୍ୟ ଦେଇ କର୍ମଯୋଗର ପ୍ରେରଣା ଯୋଗାଏ । ବୈଷ୍ଣବ ସାହିତ୍ୟର ଲଳିତା ଚରିତ୍ରକୁ ପାରଂପରିକ ଦୂତୀ ପରିଚୟରୁ ମୁକ୍ତ କରି ସଂଘମିତ୍ରା ତାଙ୍କୁ ଆଧୁନିକ ନାରୀର ପରିଚୟ ଦେଇଛନ୍ତି ଯାହା ଭିତରେ ଅଛି ଶ୍ରୀରାଧାଙ୍କ ପରି ଶ୍ରୀକୃଷ୍ଣଙ୍କ ପ୍ରତି ଆଦର, ମାୟା ଏବଂ ଅକପଟ ପ୍ରେମ । ମାତ୍ର ସମଗ୍ର ଜୀବନରେ ଅନେକ ଅଭିଳାଷ ସତ୍ତ୍ୱେ ଅବସୋସ ହିଁ ତାଙ୍କ ଜୀବନ-ଗଣିତର ଭାଗଶେଷ । ସବୁତକ ପ୍ରାପ୍ତି ଶ୍ରୀରାଧାଙ୍କ ପଣତକାନିରେ ଅଜାଡ଼ି ପଡ଼ିଥିବାବେଳେ ଶେଷ ପର୍ଯ୍ୟନ୍ତ ଅପ୍ରାପ୍ତିକୁ ନେଇ ଛଟପଟ ହୋଇଛନ୍ତି ଲଳିତା । କବିଙ୍କ ଭାଷାରେ ଲଳିତା ଅପ୍ରାପ୍ତିର ଅଧୀଶ୍ୱରୀ । ଓଡ଼ିଆ ଦୀର୍ଘକାବ୍ୟ ପରଂପରାରେ ଲଳିତା ଏକ ସାର୍ଥକ ସଂଯୋଜନା ଯାହା ନାରୀ-ପୁରୁଷ ନିର୍ବିଶେଷରେ ପ୍ରତିଟି ଜୀବନ ଭିତରେ ଲଳିତାପଣର ଆକୁଳ ଅନ୍ୱେଷଣକୁ ପ୍ରତିଷ୍ଠା ଦେଇଥାଏ । ’ଲଳିତା’ - ସମୟ ଯୁଗସନ୍ଧିରେ ପ୍ରେମାଭିବ୍ୟକ୍ତିର ସ୍ୱଚ୍ଛ-ନିର୍ମଳ ପୁଣ୍ୟତୋୟାଟିଏ । ଅର୍ଥାର୍ଥୀଜନ ହେଉ ଅବା ସଂସାରବିରାଗୀ ଉଭୟଙ୍କୁ ଏହା ନିବିଡ଼ ପ୍ରେମ-ଭକ୍ତିରେ ଆପ୍ଳୁତ କରିବ ।