Diptimayee Sahoo / Jyoti Sahoo / Sanghamitra Bhanja
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଗୌରହରି ଦାସଙ୍କ ସାମଗ୍ରିକ ସୃଜନକର୍ମକୁ ନେଇ ଆଲୋଚନା କରିବାର ନିଷ୍ପତ୍ତି ଆଦୌ ଆକସ୍ମିକ ନ ଥିଲା । ’ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ଏକଦା ନାରୀସଶକ୍ତିକରଣ ପ୍ରସଙ୍ଗ ଆଲୋଚନା ଅବସରରେ ସାଂପ୍ରତିକ ସମୟର ସବୁଠୁ ଅଧିକ ନାରୀବାଦୀ-ସମ୍ବେଦନଶୀଳ ଲେଖକଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ଛାତ୍ରୀମାନେ ସେଦିନ ଗୌରହରି ଦାସଙ୍କ ’ଅହଲ୍ୟାର ବାହାଘର’ର କଥାବସ୍ତୁର ଆଲୋଚନା କରିବା ସହିତ ତା’ର ହୃଦୟସ୍ପର୍ଶକାରୀ ଆବେଦନ ସଂପର୍କରେ ଆଲୋଚନା କରିଥିଲେ । ଏତଦ୍ଭିନ୍ନ ଅନ୍ୟାନ୍ୟ ବିଶିଷ୍ଟ ଲେଖକ-ଲେଖିକାଙ୍କ ନାରୀ ମନସ୍ତତ୍ତ୍ୱଧର୍ମୀ କଥାଚାତୁର୍ଯ୍ୟ ସଂପର୍କରେ ମଧ୍ୟ ସେମାନେ ଦୀର୍ଘ ଚର୍ଚ୍ଚା କରିଥିଲେ । ସେଦିନ ଆମେ ନାରୀ ପକ୍ଷଧର ଓ ନାରୀସଶକ୍ତିକରଣକୁ ଦୃଢ଼ତାର ସହ ସ୍ୱୀକୃତି ପ୍ରଦାନ କରିଥିବା କଥାକାର ଗୌରହରି ଦାସଙ୍କ ସୃଷ୍ଟିସମ୍ଭାରକୁ ସର୍ବପ୍ରଥମେ ଆଲୋଚନା ପାଇଁ ଗ୍ରହଣ କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ । ସେହି ସାରସ୍ୱତ ନିଷ୍ପତ୍ତିର ଫଳଶ୍ରୁତି ହେଉଛି ଏହି ’ଗୌରହରି ଦାସଙ୍କ ସାରସ୍ୱତ ବଳୟ’ ସଂକଳନ, ଯେଉଁଥିରେ ଲେଖକଙ୍କ ସୃଜନଶୀଳ ବ୍ୟକ୍ତିତ୍ୱର ବିକ୍ଷିପ୍ତ ଆକଳନ ନିମନ୍ତେ କ୍ଷୁଦ୍ର ପ୍ରୟାସ ହୋଇଛି । ଏହି ସଂକଳନସ୍ଥ ଆଲୋଚନାଗୁଡ଼ିକ ଆୟାସସାଧ୍ୟ ତଥା ସମୟସାପେକ୍ଷ । ଗୌରହରିଙ୍କୁ ନେଇ ଆଗାମୀ ଗବେଷଣା କ୍ଷେତ୍ରରେ ଏହା ଜିଜ୍ଞାସୁ ଗବେଷକଙ୍କ ନିମନ୍ତେ ଏକ ସୁଦୂରପ୍ରସାରୀ ଉପାଦେୟ ପୁସ୍ତକ ପ୍ରମାଣିତ ହେବ ବୋଲି ଆମର ବିଶ୍ୱାସ । ଆଶା କରୁଛୁ ଏହି ସଂକଳନଟି ଗୌରହରି ଦାସଙ୍କ ସାହିତ୍ୟାନୁରାଗୀଙ୍କୁ ତାଙ୍କ ସାହିତ୍ୟ ସଂପର୍କରେ ପର୍ଯ୍ୟାପ୍ତ ଜ୍ଞାନ ପ୍ରଦାନରେ ସହାୟକ ହେବ ।