Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଶିଷ୍ଟାଚାର ବା ଆଚରଣ ବିଦ୍ଧି ଭାରତୀୟ ସଂସ୍କୃତିର ମେରୁଦଣ୍ଡ । ସମାଜରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକଳାପରେ କେମିତି ଆଚରଣ କରାଯିବ, ସେ ସମ୍ୱନ୍ଧରେ କିଛିଟା ସାମାଜିକ ନିୟମ ରହିଛି । ସେସବୁ ନିୟମ ଏକ ସୁସ୍ଥ ସମାଜକୁ ପରିକଳ୍ପନା କରି ନିର୍ଦ୍ଧାରଣ କରାଯାଇଛି । ଯଦିଓ, କେତେଗୁଡ଼ଦ୍ଦ଼ିଏ ଆଚରଣ ବିଧି ପୁରୁଷକୈନ୍ଦ୍ରିକ ଓ ପୁରୁଷକୁ ନାରୀ ତୁଳନାରେ ଅଧିକ ସ୍ୱାଧୀନତା ଦେଇ ସ୍ଥିରୀକୃତ, ତେବେ ବର୍ତ୍ତମାନର ସମାଜରେ ସେସବୁ ତାରତମ୍ୟ କିଛି ପରିମାଣରେ ଦୂରୀଭୂତ ହୋଇଛି ।ଆମ ଓଡ଼଼ିଆ ପରିବାରରେ କେଉଁ ସ୍ଥାନରେ କିଭଳି ଆଚରଣ କରିବା ଉଚିତ, ସେସବୁ ଲିଖିତ ନହେଲେ ବି ଦେଖିଶୁଣି ସମସ୍ତେ ଶିଖିଯାଆନ୍ତି । ଆମେରିକା ଭଳି ପାଶ୍ଚାତ୍ୟ ସମାଜରେ ଭାରତୀୟ ଶିଷ୍ଟାଚାର ଏକାଭଳି ପାଳିତ ନହେଲେ ମଧ୍ୟ, କେତେକ ଶିଷ୍ଟାଚାରର ଚଳଣି ଅଛି । ବିଶିଷ୍ଟ ସମୟର ବେଶ, ପୋଷାକ, ଆତିଥେୟତା, କଥାବାର୍ତ୍ତା, ବ୍ୟବସାୟିକ ବେଶଭୂଷା, ଭୋଜନ ଶୈଳୀ, ସ୍ୱାଗତ, ବିଦାୟ ଇତ୍ୟାଦି ସମୟର ଔପଚାରିକତା ସମସ୍ତେ ପାଳନ କରିଥାନ୍ତି । ଏସବୁ ପାଳନ ନକଲେ, ସେମାନଙ୍କୁ ମଧ୍ୟ ତାଙ୍କ ସମାଜରେ ନିନ୍ଦା କରାଯାଏ ।