Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଈଶ୍ୱରଙ୍କ ବିଷୟରେ କିଛି ନଜାଣି ଆମେ ସବୁ ଈଶ୍ୱରଙ୍କୁ ମାନିନେଇଥିଲୁ ଓ ଏବେ ମଧ୍ୟ ସେ ମାନିବା ମନ ଓ ହୃଦୟ ମଧ୍ୟରେ ଜଡିତ ହୋଇ ରହିଯାଇଛି । ପିଲାଟିବେଳୁ ଆମମାନଙ୍କ ମନରେ ଈଶ୍ୱରବିଶ୍ୱାସ ଭରିଦିଆଯାଇଥିଲା । ସେ ନେଇ ପ୍ରତିଦିନର ଅନେକ ବିଧି, ନିୟମ, ଆମେମାନେ ବିନା ପ୍ରଶ୍ନରେ ପାଳନ କରିଆସୁଥିଲୁ, କେବଳ ଈଶ୍ୱରଙ୍କୁ ଖୁସି କରାଇବା ପାଇଁ । ତାହେଲେ ଈଶ୍ୱର ଆମମାନଙ୍କ ଉପରେ ସନ୍ତୁଷ୍ଟ ହେବେ, ଆଶୀର୍ବାଦ କରିବେ, ଜୀବନରୁ ବାଧାବିଘ୍ନ ଦୂରୀଭୂତ କରିବେ ଓ ଜୀବନକୁ ସୁଖ, ଶାନ୍ତିରେ ଭରିଦେବେ । କିନ୍ତୁ ଯେତେ ପାଳିଲେ ବି ସେମିତି କଣ ହେଉଥିଲା ? ସେମିତି ହେଉଥିଲେ, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସବୁ ଗ୍ରାମ୍ୟ ଜୀବନକୁ ହତାଶାରେ ଭରିଦେଉନଥାନ୍ତା । ହଇଜା, ବସନ୍ତ, କାଛୁ, କୁଣ୍ଡିଆ ରୋଗ କାହାକୁ ହେଉନଥାନ୍ତା କି କେଉଁ ଶିଶୁ ସାମାନ୍ୟ ଝାଡାବାନ୍ତିରେ ଶେଷନିଶ୍ୱାସ ତ୍ୟାଗ କରୁନଥାନ୍ତା । କାହାର ଏକମାତ୍ର ସନ୍ତାନ ସରୀସୃପର ବିଷ ପ୍ରଭାବରେ ମୃତ୍ୟୁ ବରଣ କରୁନଥାନ୍ତା । କେଉଁ ଯୁବତୀ ଯୁବାବସ୍ଥାରେ ବୈଧବ୍ୟ ଦୁଃଖ ଭୋଗୁନଥାନ୍ତା । ଏସବୁରୁ ମନେହୁଏ, ଈଶ୍ୱରଙ୍କର ନିଜସ୍ୱ ମନ ଅଛି, ବିବେଚନା ଅଛି, ଚିନ୍ତା ଅଛି । କାହାକୁ କେତେବେଳେ କେମିତି ଭାବେ କେଉଁ ଭୂମିକାରେ ମଞ୍ଚାସୀନ କରେଇବେ, ସେ ଯୋଜନା ତାଙ୍କର । ସେଥିପାଇଁ ଜୀବନରେ ଏମିତି କିଛି ସବୁ ଘଟିଯାଏ, ଯାହା ଅବିଶ୍ୱାସନୀୟ । ସବୁ ଯୁକ୍ତି ଥାଇ ବି ଏମିତି ଅଯୈାକ୍ତିକ ଘଟଣା ଘଟିଯାଏ, ଯାହାକୁ ଆମେ ଈଶ୍ୱରଙ୍କ ଚମତ୍କାରିତା ଭାବେ ବିଚାର କରୁ । ହେଲେ ଏକଥା ସତ, ସବୁ ସମୟରେ ଅତିରୁ ହିଁ ଇତି । ଅତି ସର୍ବତ୍ର ବର୍ଜୟେତ୍ । ଅତି ଗର୍ବେ ହତ ଲଙ୍କା, ଅତି ମାନେଶ୍ଚ କୈାରବା, ଅତି ଦାନେ ବଳି ବଧ, ଅତି ସର୍ବତ୍ର ଗର୍ହିତମ୍ ।