Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଜୀବନରେ ଅନେକ କିଛି ଅନୁଭବ ଆସେ । କେବେକେବେ ଖୁସିର ଅନୁଭବ ତ କେବେକେବେ ଦୁଃଖର ଅନୁଭବ । କିଛି ଅନୁଭବ ଅନେକ ସମୟରେ ମନରେ କେବଳ ସ୍ମୃତି ହୋଇ ରହିଯାଆନ୍ତି । ଆଉ କେତେକ ଅନୁଭବ, ନିଜକୁ ପ୍ରତି ମୂହୁର୍ତ୍ତରେ ଉଦ୍ବେଳିତ କରନ୍ତି । ଯେଉଁ ଅନୁଭବ ସହିତ ଭାବପ୍ରବଣତା ସଂଯୁକ୍ତ ରହିଥାଏ, ଯେଉଁ ସବୁ ଅନୁଭବକୁ ଅଜାଗା ଘା’ ଭଳି ଅନ୍ୟ କାହା ଆଗରେ କହି ହୁଏନି, ସେ ଅନୁଭବ ସମସ୍ତ ମନକୁ ସଦା ଆନ୍ଦୋଳିତ କରି ରଖନ୍ତି । ସେମାନେ ଶବ୍ଦ ସୃଷ୍ଟି କରନ୍ତି, ଶବ୍ଦକୁ ଖଞ୍ଜି ଦେଇ ବାକ୍ୟ ସୃଷ୍ଟି କରନ୍ତି ଓ ବେଳେବେଳେ ଗୀତ ଖଞ୍ଜି ସ୍ୱର ବି ଦିଅନ୍ତି । ସେତେବେଳେ ମନ ଅସ୍ଥିର ହୁଏ । ସେସବୁ ଅନୁଭବକୁ ଲେଖି ନ ପକାଇବା ପର୍ଯ୍ୟନ୍ତ ମନ ଆନ୍ଦୋଳିତ ରହୁଥାଏ, କିନ୍ତୁ ଲେଖି ସାରିବା ପରେ ପ୍ରଶାନ୍ତି ଆସେ, ମନ ସ୍ଥିର ହୁଏ । ଦୈନନ୍ଦିନ ଜୀବନର ଅନ୍ୟ ସବୁ ଦାୟିତ୍ୱ ଉପରେ ମନୋନିବେଶ କରିବାକୁ ସମୟ ମିଳେ ।ମୋ ଭିତରର ଚିନ୍ତା, ଚେତନାର ସ୍ୱରକୁ ଶୁଣି ରଚନା କରିଥିବା କିଛି କବିତାକୁ ନେଇ ମୁଁ ଏ କବିତା ପୁସ୍ତକଟିରେ ମାଳାଟିଏ ଗୁନ୍ଥିଛି । ଆଶା, ମୋର ଏ ମାଳାଟି ପାଠକ, ପାଠିକା ମାନଙ୍କର ହୃଦୟକୁ ଛୁଇଁପାରିବ । --ଡକ୍ଟର ବିଜ୍ଞାନୀ ଦାସଡେଟନ୍, ମେରୀଲାଣ୍ଡ