Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ବାୟା ଚଢ଼େଇର ବସା ସଂପର୍କ, ଦାୟିତ୍ୱ, ଅଧିକାରପଣ ଏବଂ ଅଙ୍ଗୀକାରକୁ ନେଇ ଗଢ଼ା ଭିନ୍ନ ଭାସ୍କର୍ଯ୍ୟର କଥା କହେ ଯାହାକୁ ନେଇ ବୀଣାପାଣି ପ୍ରଧାନ ଗପର ଗହଣା ଗଢ଼ିଛନ୍ତି । ତାଙ୍କ କଥା କାହାଣୀର କାନ୍ଥରେ ଫିକା ପଡ଼ିଆସିଥିବା ମାର୍ଗଶିରର ଝୋଟିଚିତାକୁ ଦେଖିହୁଏ, ଯେମିତି ଦେଖିହୁଏ ମାଟି ଚଟାଣରେ ଲିଭିଆସୁଥିବା ସିନ୍ଦୂର ଓ ଅଳତାର ଦାଗ । ମଣିଷ ଚିରକାଳ ତାକୁ ହିଁ ଝୁରୁଥାଏ ଯାହାକୁ ସେ ପାଏ ନାହିଁ, ହୁଏତ ପାଇବାର ସମ୍ଭାବନା ନ ଥାଏ ଜୀବନରେ । ସେହି ଝୁରାପଣ, ସେଇ ଉଷୁମ ଦୀର୍ଘଶ୍ୱାସ ଏବଂ ଶୀତଳ ସ୍ମୃତି ସବୁ ତାକୁ ଅଥୟ କରୁଥାନ୍ତି, ଅସ୍ତବ୍ୟସ୍ତ କରୁଥାନ୍ତି । ସେହି ଅନୁଭବକୁ ଶବ୍ଦରୂପ ଦେବାର କଠିନ କାମଟିକୁ ଅନାୟାସରେ ସଂପନ୍ନ କରିଛନ୍ତି ବୀଣାପାଣି ତାଙ୍କର ବାୟା ଚଢ଼େଇର ବସା ସଂକଳନରେ । ଏହା ତାଙ୍କର ପ୍ରଥମ ଅଥଚ ଦୃପ୍ତ ପଦପାତ, ଯାହା ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବ ।- ଗୌରହରି ଦାସ