Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମୋର ଏହି ଉପନ୍ୟାସ ଲେଖିବାର ଚେଷ୍ଟା ଭିତରେ ମୁଁ ଅନେକଥର ନିଜକୁ କଷ୍ଟଦେଇଛି । ଭାବିଛି ’ପ୍ରକୃତରେ ଏ କାହାଣୀଟି କ’ଣ ଉପନ୍ୟାସ ହେବା ଯୋଗ୍ୟ?’ ପର ମୁହୂର୍ତ୍ତରେ ଏହା ଓଡ଼ିଆ ସାହିତ୍ୟକୁ କିଛି ଐତିହାସିକ ତଥ୍ୟ ଯୋଗାଇଦେବାକୁ ମୋର ଚେଷ୍ଟା କହି ନିଜକୁ ବୁଝାଇଛି ।କାହାଣୀରେ ଘଟଣାଗୁଡ଼ିକ ସତ୍ୟର ପରିକଳ୍ପନାକୁ ଅଙ୍ଗେନିଭା ଅନୁଭୂତିରୁ ଛାଣି ଆଣିଲାବେଳେ ସାନ୍ତ୍ୱନା ଦେଇଛି ନିଜକୁ ’ଜୀବନର ଉପଲବ୍ଧି ହିଁ ଉପନ୍ୟାସ’ । ବଞ୍ଚିବା ପାଇଁ ସଂଘର୍ଷ, ସଂଘର୍ଷରୁ ଦୁଃଖ, ଯାତନା, ଶେଷରେ ନିଜକୁ ବଞ୍ଚାଇ ରଖିବା ହିଁ ଜୀବନର ସର୍ବଶ୍ରେଷ୍ଠ କାହାଣୀ ।ହୋରିଆ ନାଇକର ଜୀବନରୁ ଆରମ୍ଭ ଏଇ କାହାଣୀ ବିଗତ ସମୟର ଅନେକ ଇତିହାସକୁ ଦୋହରାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅସ୍ଥିରତା, ଦେଶାନ୍ତର ହେବାର ଦୁଃଖ, ଭିଟାମାଟି ହରେଇବାର ବେଦନାର ଅନୁଭୂତି କହିଲାବେଳେ ଓଡ଼ିଆ ପ୍ରାଣଟେ ମାଳୟ ମାଟିରୁ କାନ୍ଦିଛି । ପରିଚୟହୀନତାର ଦ୍ୱନ୍ଦ୍ୱ ଭିତରେ ଗୋଟିଏ ଅନାଲୋଚିତ କାହାଣୀ ବା ଉପନ୍ୟାସକୁ ଉପସ୍ଥାପନା କରିଛି । ଶରୀର ଓ ମନରେ ଓଡ଼ିଆ ହୋଇ ଓଡ଼ିଶାକୁ ଭୁଲିଯିବାକୁ ଚାହେଁନି, ଆଜି ବି ସେ ସ୍ମୃତିର ଧୂଳି ମାଖୁଛି । ଏହାହିଁ କାହାଣୀର ମୁଖ୍ୟ ବିଷୟବସ୍ତୁ । -- ବୀଣାପାଣି ପ୍ରଧାନ