Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସ୍ଥାନ ସ୍ବତନ୍ତ୍ର। ତାଙ୍କର ବିଷୟବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ ଏବଂ ଶବ୍ଦ ଚୟନ ସମସାମୟିକ ସାହିତ୍ୟିକମାନଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲେଖିଥିବା ’ନୀଳଶୈଳ’, ’ନୀଳାଦ୍ରି ବିଜୟ’, ’କୃଷ୍ଣାବେଣୀରେ ସନ୍ଧ୍ୟା’, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଲେଖିଥିବା ’କୁଳବୃଦ୍ଧ’ ଓ ’ଶତାବ୍ଦୀର ସୂର୍ଯ୍ୟ’ ଏବଂ ଗୌତମ ବୁଦ୍ଧଙ୍କ ଦର୍ଶନର ଭିନ୍ନ ଭିନ୍ନ ଦିଗକୁ ନେଇ ରଚନା କରିଥିବା ଅଜସ୍ର ଗଳ୍ପ-ଉପନ୍ୟାସ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ସେ ଏଭଳି ଜଣେ ବିଖ୍ୟାତ ଲେଖକ, ଯାହାଙ୍କ ଗଳ୍ପର ବାକ୍ୟଗୁଡ଼ିକ ପାଠକକୁ ରୋମାଞ୍ଚିତ କରେ। ସାହିତ୍ୟର ବିଭିନ୍ନ ବିଭାଗରେ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ହିଁ ତାଙ୍କୁ ଗଭୀର ଆତ୍ମସନ୍ତୋଷ ଦେଇଥିବା ସୁରେନ୍ଦ୍ର ଏକାଧିକବାର କହିଛନ୍ତି। ଡକ୍ଟର ଗୌରହରି ଦାସଙ୍କ ଲିଖିତ ଏହି ବହିଟି ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ସାହିତ୍ୟକୁ ବୁଝିବା ଦିଗରେ ଏକ ଅତ୍ୟନ୍ତ ଉପାଦେୟ ଗ୍ରନ୍ଥ। ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ମହାନଗରୀର ରାତ୍ରି, କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ମରାଳର ମୃତ୍ୟୁ, ଦୁଇ ସୀମାନ୍ତ, ମହାନିର୍ବାଣ, ମଧୁମତ୍ତାର ରାତ୍ରି, ପିତା ଓ ପୁତ୍ର, ସାରୀପୁତ୍ତ, ଯଦୁବଂଶ ଓ ରାଜଧାନୀ ପରି ଅସଂଖ୍ୟ ଗଳ୍ପର ଅନାସକ୍ତ ଆଲୋଚନା ତାଙ୍କର ସ୍ଥାପତ୍ୟ ଓ ଭାବସଂପଦ ସମ୍ବନ୍ଧରେ ପାଠକକୁ ଅବହିତ କରାଏ। ଏ ବହିର ଲେଖକ ଗୌରହରି ଦାସ ନିଜେ ଜଣେ ଯଶସ୍ବୀ କଥାଶିଳ୍ପୀ ଏବଂ ଏକଦା ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ତରଙ୍ଗ ସହଯୋଗୀ ଥିଲେ। ତାଙ୍କର ନିଜସ୍ବ ଦୃଷ୍ଟିଭଙ୍ଗୀ ଏବଂ ସୁରେନ୍ଦ୍ର ସାହିତ୍ୟ ସଂପର୍କରେ ପର୍ଯ୍ୟାପ୍ତ ଧାରଣା ବହିଟିକୁ ସଂଗ୍ରହଣୀୟ କରିଛି।