Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଯେତେ ଯାହା ଚାହିଁଲେ ବି ପିଲାଦିନ ଆଉ ଫେରେ ନାହିଁ । ସ୍ମୃତିର ଆଲ୍ବମ୍ରେ ପୁରୁଣା ଫଟୋଟିଏ ପରି ସେ ପଛରେ ରହିଯାଏ । ଏଣିକି ମଣିଷକୁ ଫେରିବାକୁ ହୁଏ ପିଲାଦିନ ପାଖକୁ- ଗୀତ, ଗପ, ଉପନ୍ୟାସ ଓ ଚିତ୍ରର ଭରସାରେ ।ପିଲାଦିନ ଗପ ସଂକଳନ, ସେଇ ପିଲାଦିନକୁ ପାଖରେ ପାଇବାର ଆବେଗ ଆତୁର ଉଦ୍ୟମର ଫଳଶ୍ରୁତିଟିଏ । ଅନେକ ଦିନ ଧରି ଏମିତି ସ୍ୱପ୍ନଟିଏ ଥିଲା, ପିଲାଦିନର ସ୍ମୃତି ପରି ମୋ ପାଖେ ପାଖେ, ମାତ୍ର ସେଇ ସ୍ୱପ୍ନକୁ ବାସ୍ତବର ରୂପ ଦେବା ପାଇଁ ଅବକାଶ ଓ ଅବସର ଜୁଟୁ ନ ଥିଲା । ’ପିଲାଦିନ’ ସଂକଳନ ’ଆମ ସମୟର କାହାଣୀ’ ଶୃଙ୍ଖଳାର ପ୍ରଥମ ସଂକଳନ । ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅନୁଭବ ଓ ପ୍ରସଙ୍ଗକୁ ନେଇ ଏଭଳି କେତେକ ଗଳ୍ପ ସଂକଳନ ପ୍ରକାଶ ପାଇଁ ଯେଉଁ ସାନ ଯୋଜନାଟିଏ ରହିଛି ଏଇଟି ତା’ର ପ୍ରଥମ ପଦକ୍ଷେପ । ଏହାର ଗପଗୁଡ଼ିକ ପିଲାଦିନକୁ ଖୋଜି ପାଇବାରେ ଗୋଟେ ଗୋଟେ ମଧୁର ପ୍ରୟାସ । ଏଗୁଡ଼ିକୁ ପଢ଼ିଲାବେଳେ ମୁଁ ନିଜେ ପ୍ରଚୁର ରସଘନ ମୁହୂର୍ତ୍ତର ସାନ୍ନିଧ୍ୟ ଲାଭ କରିଛି । ହସିଛି, କାନ୍ଦିଛି, ରୁଷିଛି ଓ ଭାବପ୍ରବଣ ହୋଇପଡ଼ିଛି । ସେଇ ସମ୍ଭବତଃ ମୋ ଉଦ୍ୟମର ଯଥାର୍ଥ ପାରିଶ୍ରମିକ । ଓଡ଼ିଆ ଭାଷାର ’ପିଲାଦିନ’ର ଅନୁଭବ, ଅଭିଜ୍ଞତାକୁ ନେଇ ଆହୁରି ଅନେକ ଗପ ରହିଛି । ସବୁ ସମୟର କାହାଣୀ ଶୃଙ୍ଖଳାରେ ସେଭଳି ଗପଗୁଡ଼ିକୁ ଏକତ୍ର କରି ପ୍ରକାଶ କରିବାର ଯୋଜନା ମୋର ରହିଛି । ଇଏ କେବଳ ମୋ ଉଦ୍ୟମ ଓ ଆଭିମୁଖ୍ୟର ବିଶ୍ୱସନୀୟତା ସୃଷ୍ଟି ପାଇଁ ପ୍ରଥମ ପ୍ରୟାସ ।ଆଶା କରୁଛି ’ପିଲାଦିନ’ ଆପଣମାନଙ୍କୁ ଭଲ ଲାଗିବ । ଏହାର ଚରିତ୍ରମାନେ ଆପଣଙ୍କୁ ଆଉ ଥରେ ଜହ୍ନପଖଳା ଗାଁର ଶାଗୁଆ କ୍ଷେତ, ବର୍ଷାଧୁଆ ଘାସ ପଡ଼ିଆ ଓ ଖରାଦିନର ଆମ୍ବତୋଟାକୁ ଡାକି ନେଇଯିବେ । ସେତକ କରିବାରେ ଯଦି ସେମାନେ ସମର୍ଥ ହୁଅନ୍ତି, ତାହାହେଲେ ମୋର ସବୁ ଶ୍ରମ ସାର୍ଥକ ହୋଇଯିବ । ନୂତନ ସଂସ୍କରଣ : ୨୦୨୩ ଗୌରହରି ଦାସ