Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଏହି ପୁସ୍ତକରେ ତିରିଶିଗୋଟି କବିତା ରହିଛି ଯାହା ପ୍ରେମାବେଗର ବିବିଧ କଥାବସ୍ତୁ ଉପରେ ଆଧାରିତ। ଏହି ସଂକଳନର ଶୀର୍ଷକ କବିତା 'ଶ୍ରୀରାଧାଙ୍କ ଶ୍ରୀ' ଜରିଆରେ ରାଧାକୃଷ୍ଣଙ୍କର ଅନାବିଳ ଭଲପାଇବାକୁ ଏକ ଆଧୁନିକ ଭଙ୍ଗୀରେ ଉପସ୍ଥାପନ କରିବାର ଦୁଃସାହସ କରିଛି। ଅଦ୍ୟାବଧି ସାହିତ୍ୟରେ ରାଧା କୃଷ୍ଣଙ୍କୁ ଝୁରିହେବାର ଦୃଷ୍ଟାନ୍ତ ଅନେକ ରହିଛି କିନ୍ତୁ କୃଷ୍ଣ ମଧ୍ୟ ରାଧାଙ୍କ ସ୍ମୃତିଚାରଣ କରିଥିବେ ଏପ୍ରକାର ଏକ ସମ୍ଭାବନାର ପରିକଳ୍ପନା ଏହି କବିତା ମାଧ୍ୟମରେ ସମ୍ଭବ ହୋଇପାରିଛି। କିଛି ଭୁଲ୍ ଅବା ଭ୍ରାନ୍ତିକର ଲେଖିଦେବି ନାହିଁ ତ- ଏ ଭୟ ବିଶାଳରୁ ବିଶାଳତର ହେଉଥାଏ ଯେତେବେଳେ ଯେତେବେଳେ ମୁଁ କଲମ ଧରି ବସୁଥାଏ। ଯିଏ ଏ ସୃଷ୍ଟି ସର୍ଜନାର ଉତ୍ସ ତାଙ୍କ ବିଷୟରେ କିଛିବି ଲେଖିବା ନିଶ୍ଚିତ ଭାବରେ ଏକ କଷ୍ଟସାଧ୍ୟ ଜିନିଷ। କୃଷ୍ଣଙ୍କୁ ଉଚିତ୍ ଭାବରେ ଅଧ୍ୟୟନ ନକରି ତାଙ୍କ ବିଷୟରେ କିଛିବି ମତପୋଷଣ କରିବା ଏକ ଧୃଷ୍ଟତା। ଅନ୍ୟ ଏକ କବିତା 'କଷ୍ଟ କୃଷ୍ଣଙ୍କର' ଜରିଆରେ କୃଷ୍ଣ ମଧ୍ୟ ଯନ୍ତ୍ରଣା ଭୋଗ କରିଥିବେ ଏ ପ୍ରକାର ଏକ ଭାବନାକୁ ଜାଗା ଦେଇଛି। କୃଷ୍ଣଙ୍କୁ ନେଇ ଯାହାକିଛି କଳ୍ପନା କରିଛି ତାହା ସମ୍ପୂର୍ଣ୍ଣରୂପେ ମୋର ବ୍ୟକ୍ତିଗତ ଆକଳନ। ଯଦି ଏହି ଆକଳନରେ କିଛି ତ୍ରୁଟି ରହିଥାଏ, ଅଥବା କୌଣସି ବ୍ୟକ୍ତି ବିଶେଷଙ୍କୁ କୌଣସି କଥା ରୁଚିକର ନଲାଗେ ତେବେ ନିଜ ଗୁଣରେ ମୋତେ କ୍ଷମା କରିଦେବେ।