Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ସମାଜରେ ସାହିତ୍ୟର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ସେଥିରେ ତିଳେମାତ୍ର ଦ୍ୱନ୍ଦ୍ୱର ଅବକାଶ ନାହିଁ । ମୋର ସ୍ୱଳ୍ପ ଅଧ୍ୟୟନରୁ ମୁଁ ଏତିକି ବୁଝିଛି ଯେ ଏକ ସୁସ୍ଥ ଓ ପରିପକ୍ୱ ସମାଜ ଗଠନ କରିବାରେ, ମଣିଷକୁ ସମ୍ବେଦନଶୀଳ କରି ଗଢ଼ି ତୋଳିବାରେ ସାହିତ୍ୟର ଅବଦାନ ଅନନ୍ୟ । ସାହିତ୍ୟର ସାରସ୍ୱତ ସାଧକମାନଙ୍କର ପ୍ରଚେଷ୍ଟା ବଳରେ ବିଶ୍ୱ ଇତିହାସରେ କେତେ କେତେ ବୈପ୍ଳବିକ ସଂସ୍କାର ସମ୍ଭବ ହୋଇପାରିଛି । 'ତରବାରୀଠାରୁ କଲମର ବଳ ବେଶୀ’ ଏକଥା ବି ସର୍ବସମ୍ମତିରେ ସର୍ବସାଧାରଣରେ ଗ୍ରାହ୍ୟ । ସୁତରାଂ ଜଣେ ଲେଖକଙ୍କର ଦାୟିତ୍ୱ କେବଳ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଏବଂ ପାଠକପାଠିକାଙ୍କ ମନୋରଞ୍ଜନ କରିବାରେ ସୀମିତ ରହେ ନାହିଁ, ବରଂ ତାଙ୍କ ସର୍ଜନା ମାଧ୍ୟମରେ ବ୍ୟବସ୍ଥାକୁ ବଦଳାଇବାର ଭରପୁର ପ୍ରୟାସ ଥାଏ ବା ରହିବା ଆବଶ୍ୟକ । ନିଜକୁ କବି କିମ୍ବା ଲେଖକ ବୋଲି କହିବାର ଦୁଃସାହସ କେବେ କରିବି ନାହିଁ । ଏ ବହିରେ ଯାହା କିଛି ଲେଖା ସ୍ଥାନ ପାଇଛି ସେଗୁଡ଼ିକୁ କବିତାର ଆଖ୍ୟା ଦିଆଯାଇ ପାରିବ କି ନାହିଁ ତା’ର ବିଚାର ବି ମୁଁ ପାଠକପାଠିକାମାନଙ୍କ ଉପରେ ଛାଡ଼ି ଦେଇଛି । ଏଥିରେ ଥିବା ଲେଖାଗୁଡ଼ିକ ଭିନ୍ନଭିନ୍ନ କଥାବସ୍ତୁ ଉପରେ ଆଧାରିତ । ଏସବୁର ସ୍ରଷ୍ଟା ହିସାବରେ କେବଳ ଏତିକି କହିବି ଯେ ଯେଉଁସବୁ ଭାବନା ମୋ ଛାତି ଭିତରେ ଉଙ୍କି ମାରୁଥିଲେ, ମୋ ନିସଙ୍ଗତାରେ ମୋ ଭିତରେ ଆଲୋଡ଼ନ ସୃଷ୍ଟି କରୁଥିଲେ, ସେସବୁକୁ ସାଦାକାଗଜର ଛାତି ଉପରେ ଢାଳି ଦେଇଛି । ଯେଉଁସବୁ ଅନୁଭୂତି ମୋ ଦେହ ମନରେ ରୋମାଞ୍ଚ ଭରି ଦେଇଛି, ଯେତେ ଯେତେ ଘଟଣା ମୋ ଆତ୍ମାକୁ ଆନ୍ଦୋଳିତ କରିଛି ଓ ଯେଉଁସବୁ କଥା ମୋତେ ବ୍ୟଥିତ କରିଛି, ସେସବୁକୁ ସିଧାସିଧା ବ୍ୟକ୍ତ କରିଦେଇଛି । ଯାହା ବି ଲେଖିଛି ଶୁଦ୍ଧ ଆଶା ଓ ଆକାଂକ୍ଷା ନେଇ ଲେଖିଛି । ପରିଶେଷରେ ଆପଣମାନଙ୍କୁ ସବିନୟ ନିବେଦନ କରିବି ଯେ ଯଦି ମୋର ଏହି ଲେଖାଗୁଡ଼ିକର ଭାବବସ୍ତୁ ଆପଣମାନଙ୍କ ମନକୁ ଛୁଏଁ ତେବେ ସେଗୁଡ଼ିକୁ ବହୁତ ସାରା ଭଲପାଇବା ଦେବେ ଏବଂ ମୋତେ ଆଶୀର୍ବାଦ କରିବା ହେବେ । ଲେଖାଗୁଡ଼ିକ ଭଲ ନଲାଗିଲେ କ୍ଷମା କରିଦେବେ । ଧନ୍ୟବାଦ ।