Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଚିତ୍ତରଞ୍ଜନ ପଟ୍ଟନାୟକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ସେବାନିବୃତ୍ତ ହୋଇ ଅନୁବାଦ କାର୍ଯ୍ୟରେ ଏବଂ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କର ତିନୋଟି ଅନୁବାଦ ପୁସ୍ତକ (ଓଡ଼ିଆରୁ ଇଂରାଜୀ) ହେଲା- ’ଦି ନ୍ୟୁ ହରାଇଜନ’, ’ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ- ଏ ୟୁନିକ୍ ପର୍ସନାଲିଟି’ ଏବଂ ’ଦି ସାଉଣ୍ଡ ଅଫ୍ ସାଇଲେନ୍ସ’। ଇଂରାଜୀରୁ ଓଡ଼ିଆ ଅନୁବାଦ- ’ଦଶ ଶିଖଗୁରୁ-ଜୀବନୀ ଓ ଦର୍ଶନ’ ପୁଣି ହିନ୍ଦିରୁ ଓଡ଼ିଆ ଅନୁବାଦ ପୁସ୍ତକଟି ହେଉଛି ’ଲବଙ୍ଗ’ ତାଙ୍କର ସଫଳ କୃତି। ’ଜୀବନ ପରେ ଜୀବନ’ ପ୍ରକାଶ ପାଇବା ପରେ ଏବେ ପ୍ରକାଶ ପାଇଛି ଅନେକ ଅସମାହିତ ପ୍ରଶ୍ନର ଗନ୍ତାଘର ’ସୈତାନର ତ୍ରିଭୁଜ’ ଯାହା ପାଠକଙ୍କ ମନ ଓ ପ୍ରାଣକୁ ଉତ୍ସୁକତାରେ ଆନ୍ଦୋଳିତ କରିବ ଏଥିରେ ସନ୍ଦେହ ନାହିଁ। ଏହି ଭିନ୍ନ ସ୍ୱାଦର ପୁସ୍ତକ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଉଛି।