Librería Samer Atenea
Kálamo Books
Librería Perelló (Valencia)
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମଣିଷ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆବସ୍ତ୍ର ଧାରଣ କରିଥାଏ, ଠିକ୍ ସେହିପରି ଜୀବାତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ନୂତନ ଶରୀର ଗ୍ରହଣ କରିଥାଏ । ଆତ୍ମା ମୋକ୍ଷ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ଏହିପରି ବିଭିନ୍ନ ଶରୀର ଧାରଣ କରୁଥିବ । ଆମ ଧର୍ମଶାସ୍ତ୍ରରେ ’ଆତ୍ମା’ ବା ବ୍ରହ୍ମ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ଆମେ ବିଶ୍ୱାସ କରୁଥାଉ। ମାତ୍ର ଅନେକ ଏ କଥାରେ ଏକମତ ହୋଇନପାରନ୍ତି । ଆତ୍ମା-ଜୀବନ-ମୃତ୍ୟୁ-ଜୀବନ-ଏସବୁ ବିଶ୍ୱାସ-ଅବିଶ୍ୱାସର କଥା । ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରାଇ ଆମେ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ପାରିବା ନାହିଁ । ଶେଷରେ ଐ. ଔବମଳଗ୍ଦକ୍ଟଦ୍ଭ ଏକ୍ସକ୍ଟଙ୍ଗଦ୍ଭଙ୍କ ମତକୁ ଉଦ୍ଧାର କରିଛନ୍ତି ଲେଖକ- ’ଆଜି ପର୍ଯ୍ୟନ୍ତ ଏ ମନୁଷ୍ୟ ଯେତେ ଜ୍ଞାନ ଆହରଣ କରିଛି ତାହା ସାଗରର ବିଶାଳ ବେଳାଭୂମିରୁ ଗୋଟେ ମାତ୍ର ବାଲୁକା କଣିକା ଠାରୁ ଅଧିକ ନୁହେଁ ।’ ଲେଖକଙ୍କ ମତ ମଧ୍ୟ ତାହା ଯେ, ଏସବୁ ବାଦ-ବିସମ୍ବାଦ-ଦ୍ୱନ୍ଦ୍ୱ-ଭିତରକୁ ନଯାଇ ବିଶ୍ୱାସ କଲେ ତାହା ଠିକ୍ ହେବ । ଯୁଗ ଯୁଗରୁ ଏ ଅନ୍ୱେଷଣ ପ୍ରବୃତ୍ତି ଜାରି ରହିଛି । ପ୍ରଥମରୁ ଯାହା କହିଲି ମଣିଷର ମନ ଅସରନ୍ତି ଭାବନାରେ ଉବୁଟୁବୁ ହେଉଥାଏ, ସେ ଏକ ଅଜବ ସୃଷ୍ଟି ଏ ପୃଥିବୀରେ । ଯଦି ବିଶ୍ୱାସ କରିବା ମୃତ୍ୟୁପରେ ଜୀବନ ଅଛି ତାହା ବିଶ୍ୱାସ ଉପରେ ନିର୍ଭର କରେ । ବିଶ୍ୱାସ-ଅବିଶ୍ୱାସ, ମଣିଷର ମାନସିକତା ଉପରେ ନିର୍ଭର କରେ । ତଥାପି ଶ୍ରୀଯୁକ୍ତ ଚିତ୍ତରଂଜନ ପଟ୍ଟନାୟକ ଏଭଳି ଅନୁସନ୍ଧିତ୍ସୁ ମନୋବୃତ୍ତି ନେଇ ’ଜୀବନ ପରେ ଜୀବନ’ ପୁସ୍ତକଟିକୁ ରଚନା କରି ପାଠକ ମାନଙ୍କୁ ଉପହାର ଦେବାକୁ ଚେଷ୍ଟା କରିଛନ୍ତି - ତାଙ୍କର ଏ ପ୍ରବୃତ୍ତି ଜାରି ରହୁ । । ପୁସ୍ତକଟିର ସର୍ବ ସଫଳତା କାମନା କରୁଛି । -- ଡକ୍ଟର ବିରଂଚି କୁମାର ସାହୁ, ଅଧ୍ୟାପକ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଡ଼ଶପୁର, କଟକ