Rutusamhara

Rutusamhara

Mahakabi Kalidasa / Manoranjan Pattanayak

21,42 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2024
ISBN:
9781645605010
21,42 €
IVA incluido
Disponible

Selecciona una librería:

  • Donde los libros
  • Librería 7artes
  • Librería Elías (Asturias)
  • Librería Kolima (Madrid)
  • Librería Proteo (Málaga)

ମହାକବି କାଳିଦାସ କୃତ ’ଋତୁସଂହାର’ ସଂସ୍କୃତର ପ୍ରଥମ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ କ୍ଷୁଦ୍ରକାର ଆଦିରସାତ୍ମକ କାବ୍ୟ । ଏହାକୁ ଖଣ୍ଡବାକ୍ୟର ଅନ୍ତର୍ଭୁକ୍ତ କରାଯାଏ । କେହି କେହି ଏହାକୁ ଗୀତିକାବ୍ୟ ମଧ୍ୟ କହନ୍ତି ।              ’ଋତୁସଂହାର’ ଶିରୋନାମଟିରେ ସଂହାରର ଅର୍ଥ ହତ୍ୟା ନୁହେଁ । ଏହାର ଅର୍ଥ ହେଉଛି ସମାବେଶ ବା ମାଳା । ତେଣୁ ’ଋତୁସଂହାର’କୁ ’ଋତୁ ସମାବେଶ’ ବା ’ଋତୁମାଳା’ ହିସାବରେ ବିଶ୍ଳେଷଣ କରାଯାଇପାରେ ।              ’ଋତୁସଂହାର’ କାଳିଦାସଙ୍କ ପ୍ରଣୀତ ପ୍ରଥମ କାବ୍ୟ ରଚନା, ଯେଉଁଥିରେ ଭାରତୀୟ ଉପମହାଦେଶର ଛଅଟି ଋତୁର ବର୍ଣ୍ଣନା ରହିଛି । ଛଅ ଋତୁର ସୁନ୍ଦର ବର୍ଣ୍ଣନା କବି ଛଅ ସର୍ଗରେ ବା ଅଧ୍ୟାୟରେ କରିଛନ୍ତି । ପ୍ରଥମ ସର୍ଗଟି ଗ୍ରୀଷ୍ମଋତୁ ବିଷୟକ । ପରବର୍ତ୍ତୀ ସର୍ଗ ଗୁଡ଼ିକରେ ବର୍ଣ୍ଣିତ ହୋଇଛି ଯଥାକ୍ରମେ ବର୍ଷା, ଶରତ୍‌, ହେମନ୍ତ, ଶିଶିର (ଶୀତ) ଓ ବସନ୍ତ ଋତୁ । ବର୍ଣ୍ଣନା ଖୁବ୍ ମନୋହର ଓ ନୈସର୍ଗିକ ତଥା ସ୍ୱଭାବିକତା ବେଶି ମାତ୍ରାରେ ପରିଦୃଷ୍ଟ ହୁଏ । ଏଗୁଡ଼ିକ ଦୁଇ ପ୍ରଣୟୀଯୁଗଳର ପରସ୍ପର ସଂବାଦ ।              ପ୍ରତ୍ୟେକ ଋତୁର ସଂଦର୍ଭରେ କବି ନ କେବଳ ସମ୍ବନ୍ଧିତ କାଳଖଣ୍ଡର ପ୍ରାକୃତିକ ବୈଶିଷ୍ଟ୍ୟ, ବିବିଧ ଦୃଶ୍ୟସମୂହର ଚିତ୍ରଣ କରାରାଇଛି ତାହା ନୁହେଁ ଅଧିକନ୍ତୁ ପ୍ରକୃତି-ଜଗତରେ ହେଉଥିବା ପରିବର୍ତ୍ତନ ଓ ପ୍ରତିକ୍ରିୟାକୁ ଯୁବକ-ଯୁବତୀ ଓ ପ୍ରେମିକ-ପ୍ରେମିକାଙ୍କର ପ୍ରଣୟ ଜୀବନ ଉପରେ ପଡୁଥିବା ପ୍ରଭାବର ବି ରୋମାନୀ ଶୈଳୀରେ ନିରୂପଣ ଓ ଆକଳନ କରିଛନ୍ତି । ପ୍ରକୃତିର ପ୍ରାଙ୍ଗଣରେ ବିହାର କରୁôଥିବା ବିଭିନ୍ନ ପଶୁ-ପକ୍ଷୀ ତଥା ନାନା ବିଧ ବୃକ୍ଷ, ଲତା ଓ ଜୀବ-ଜନ୍ତୁଙ୍କ ବିଷୟରେ ବି ଭୁଲି ନାହାନ୍ତି । ସିଏ ଭାରତର ପ୍ରାକୃତିକ ବୈଭବର ସହିତ ତା’ର ସ୍ୱଭାବ ଓ ପ୍ରବୃତ୍ତିର ପୂର୍ଣ୍ଣତଃ ପରିଚିତ ଅଛନ୍ତି । ପ୍ରସ୍ତୁତ କାବ୍ୟଗ୍ରନ୍ଥଟିକୁ ପଢ଼ିଲେ ଭାରତର ବିଭିନ୍ନ ଋତୁଗୁଡ଼ିକର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ରୂପରେ ଆମ ଚକ୍ଷୁ ସମ୍ମୁଖରେ ଉପସ୍ଥିତ ହୋଇଥାଏ ।

Artículos relacionados

Otros libros del autor

  • Meghaduta
    Mahakabi Kalidasa / Manoranjan Pattanayak
    ମହାକବି କାଳିଦାସଙ୍କ ରଚିତ ’ମେଘଦୂତ’ ହେଉଛି ବର୍ଷାର କାବ୍ୟ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହନ୍ତି- 'ମେଘଦୂତ ଛଡ଼ା ନବବର୍ଷାର କାବ୍ୟ ଆଉ କୌଣସି ସାହିତ୍ୟରେ କେଉଁଠି ନାହିଁ । ଏଥିରେ ବର୍ଷାର ସମସ୍ତ ଅନ୍ତର୍ବେଦନା ନିତ୍ୟକାଳର ଭାଷାରେ ଲିଖିତ ହୋଇଯାଇଛି । ପୃଥିବୀର ସାଂସରିକ ମେଘୋତ୍ସବର ଅନିର୍ବଚନୀୟ କବିତ୍ୱଗାଥା ମାନବର ଭାଷାରେ ବାନ୍ଧି ହୋଇଯାଇଛି ।' ...
    Disponible

    18,96 €