Mahakabi Kalidasa / Manoranjan Pattanayak
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ମହାକବି କାଳିଦାସ କୃତ ’ଋତୁସଂହାର’ ସଂସ୍କୃତର ପ୍ରଥମ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ କ୍ଷୁଦ୍ରକାର ଆଦିରସାତ୍ମକ କାବ୍ୟ । ଏହାକୁ ଖଣ୍ଡବାକ୍ୟର ଅନ୍ତର୍ଭୁକ୍ତ କରାଯାଏ । କେହି କେହି ଏହାକୁ ଗୀତିକାବ୍ୟ ମଧ୍ୟ କହନ୍ତି । ’ଋତୁସଂହାର’ ଶିରୋନାମଟିରେ ସଂହାରର ଅର୍ଥ ହତ୍ୟା ନୁହେଁ । ଏହାର ଅର୍ଥ ହେଉଛି ସମାବେଶ ବା ମାଳା । ତେଣୁ ’ଋତୁସଂହାର’କୁ ’ଋତୁ ସମାବେଶ’ ବା ’ଋତୁମାଳା’ ହିସାବରେ ବିଶ୍ଳେଷଣ କରାଯାଇପାରେ । ’ଋତୁସଂହାର’ କାଳିଦାସଙ୍କ ପ୍ରଣୀତ ପ୍ରଥମ କାବ୍ୟ ରଚନା, ଯେଉଁଥିରେ ଭାରତୀୟ ଉପମହାଦେଶର ଛଅଟି ଋତୁର ବର୍ଣ୍ଣନା ରହିଛି । ଛଅ ଋତୁର ସୁନ୍ଦର ବର୍ଣ୍ଣନା କବି ଛଅ ସର୍ଗରେ ବା ଅଧ୍ୟାୟରେ କରିଛନ୍ତି । ପ୍ରଥମ ସର୍ଗଟି ଗ୍ରୀଷ୍ମଋତୁ ବିଷୟକ । ପରବର୍ତ୍ତୀ ସର୍ଗ ଗୁଡ଼ିକରେ ବର୍ଣ୍ଣିତ ହୋଇଛି ଯଥାକ୍ରମେ ବର୍ଷା, ଶରତ୍, ହେମନ୍ତ, ଶିଶିର (ଶୀତ) ଓ ବସନ୍ତ ଋତୁ । ବର୍ଣ୍ଣନା ଖୁବ୍ ମନୋହର ଓ ନୈସର୍ଗିକ ତଥା ସ୍ୱଭାବିକତା ବେଶି ମାତ୍ରାରେ ପରିଦୃଷ୍ଟ ହୁଏ । ଏଗୁଡ଼ିକ ଦୁଇ ପ୍ରଣୟୀଯୁଗଳର ପରସ୍ପର ସଂବାଦ । ପ୍ରତ୍ୟେକ ଋତୁର ସଂଦର୍ଭରେ କବି ନ କେବଳ ସମ୍ବନ୍ଧିତ କାଳଖଣ୍ଡର ପ୍ରାକୃତିକ ବୈଶିଷ୍ଟ୍ୟ, ବିବିଧ ଦୃଶ୍ୟସମୂହର ଚିତ୍ରଣ କରାରାଇଛି ତାହା ନୁହେଁ ଅଧିକନ୍ତୁ ପ୍ରକୃତି-ଜଗତରେ ହେଉଥିବା ପରିବର୍ତ୍ତନ ଓ ପ୍ରତିକ୍ରିୟାକୁ ଯୁବକ-ଯୁବତୀ ଓ ପ୍ରେମିକ-ପ୍ରେମିକାଙ୍କର ପ୍ରଣୟ ଜୀବନ ଉପରେ ପଡୁଥିବା ପ୍ରଭାବର ବି ରୋମାନୀ ଶୈଳୀରେ ନିରୂପଣ ଓ ଆକଳନ କରିଛନ୍ତି । ପ୍ରକୃତିର ପ୍ରାଙ୍ଗଣରେ ବିହାର କରୁôଥିବା ବିଭିନ୍ନ ପଶୁ-ପକ୍ଷୀ ତଥା ନାନା ବିଧ ବୃକ୍ଷ, ଲତା ଓ ଜୀବ-ଜନ୍ତୁଙ୍କ ବିଷୟରେ ବି ଭୁଲି ନାହାନ୍ତି । ସିଏ ଭାରତର ପ୍ରାକୃତିକ ବୈଭବର ସହିତ ତା’ର ସ୍ୱଭାବ ଓ ପ୍ରବୃତ୍ତିର ପୂର୍ଣ୍ଣତଃ ପରିଚିତ ଅଛନ୍ତି । ପ୍ରସ୍ତୁତ କାବ୍ୟଗ୍ରନ୍ଥଟିକୁ ପଢ଼ିଲେ ଭାରତର ବିଭିନ୍ନ ଋତୁଗୁଡ଼ିକର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ରୂପରେ ଆମ ଚକ୍ଷୁ ସମ୍ମୁଖରେ ଉପସ୍ଥିତ ହୋଇଥାଏ ।