Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ପ୍ରେମ ଏକ ପ୍ରଜାପତି' କେବେ ଗପଟିଏ କହିଲେ ସତ ପରି ଲାଗେ, କେବେ ସତ କଥାଟିଏ କହିଲେ, ଗପ ପରି ଲାଗେ । ସତ ଆଉ ଗପ ଭିତରେ ବେଶି କିଛି ଫରକ୍ ନଥାଏ । ଯାହା ମୋ ପାଇଁ ସତ, ହୁଏତ ଆପଣଙ୍କୁ ଗପ ପରି ଲାଗିପାରେ । ଯାହା ଆପଣଙ୍କୁ ସତ, ତାହ ଶୁଣିବା ଲୋକକୁ ଗପ ପରି ଲାଗିପାରେ । ଅସଲ କଥା ହେଲା ଗପ ଆଉ ସତ ଭିତରେ ବେଶି କିଛି ଫରକ ନଥାଏ । ସବୁ ଗପ କେବେନା କେବେ କାହା ଜୀବନରେ ସତରେ ଘଟିଥାଏ । ସୁଫି ସନ୍ଥ ’ରୁମି’ଙ୍କ ଭାଷାରେ ' ପ୍ରେମ ମୋର ଧର୍ମ ଏବଂ ସମସ୍ତଙ୍କ ହୃଦୟ ମୋ ପାଇଁ ମନ୍ଦିର' । ପ୍ରେମର ପରିଭାଷା ଆଜି ଯାଏ କେହିବି ସଠିକ୍ ଭାବେ ପରିଭାଷିତ କରିପାରିନି, କରିବା ମଧ୍ୟ ସମ୍ଭବ ନୁହେଁ । ପ୍ରେମ, କେତେ ପବିତ୍ର ଅବା କେତେ ପାପ, ପ୍ରେମ ଜୀବନ ପାଇଁ ବରଦାନ, ଅବା ଯକ୍ଷ ଅଭିଶାପ ? ସମର୍ପଣ ରାଧା ପ୍ରେମେ ଅବା, ମୀରାର ପ୍ରେମରେ ? କଣ ବା ଉଣାଥିଲା ସତ୍ୟଭାମା ପ୍ରେମେ, ପରିଣୀତା ପତ୍ନୀ ଭୂମିକାରେ ? ପ୍ରେମ କେବଳ ଏକ ଅନୁଭବ, ଯାହାକୁ କଥାରେ ବର୍ଣ୍ଣନା କରିହୁଏନି, କେବଳ ପ୍ରେମ କରିକି ପ୍ରେମକୁ ଜାଣିହୁଏ । କାହାକୁ ରସଗୋଲାର ସ୍ୱାଦ ମିଠା ବୋଲି କଥାରେ କହି ବୁଝେଇ ହେବନି, କିନ୍ତୁ ରସଗୋଲାଟିଏ ଖୁଆଇ ଦେଲେ ସୁଆଦ ବିଷୟରେ କହିବାର ଆବଶ୍ୟକତା ହୁଏନି । 'ପ୍ରେମ ଏକ ପ୍ରଜାପତି' ଗଳ୍ପ ସଂକଳନ ମାଧ୍ୟମରେ ମୁଁ ପାଠକମାନଙ୍କୁ ପ୍ରେମର ରସଗୋଲା ଖୁଆଇବାର ପ୍ରୟାସ କରିଛି । ଆପଣମାନେ ଗଳ୍ପଗୁଡିକ ପଢ଼ିଲେ ହୁଏତ ପ୍ରେମର ପରିଭାଷା ସମ୍ପର୍କରେ କିଛି ଅନୁମାନ ଲଗାଇ ପାରିବେ । ବିନୟ ମହାପାତ୍ର ।