Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କ୍ଷୁଦ୍ରଗଳ୍ପ ସଂକଳନ 'ମାୟାମୁକ୍ତି' ମଣିଷ ସତେ ଯେପରି ଭ୍ରମରେ ପଡି ଥାଏ । ଆଖିରେ କଳା ଚଷମା ଲଗାଇ ନିଏ ଆଉ ଜୁଟି ଯାଏ ଧାଆଁ ଦଉଡରେ । ସେଇ ଭ୍ରମରେ କିଛି ବି ଦିଶେନା ତାକୁ, କେବଳ ଗୋଟିଏ ନିଶା, ଶୀର୍ଷରେ ପହଞ୍ଚିବାର ନିଶା, ଅନ୍ୟ ଅପେକ୍ଷା ଶ୍ରେଷ୍ଠ ହେବାର ନିଶା, କିନ୍ତୁ କେବେ ବି ନିଜ ଆତ୍ମାର ଶ୍ରେଷ୍ଟତା କଥା ଭାବେନି । (ମହାଯାତ୍ରା) ବୈରାଗୀ ବି ତ ପ୍ରେମିକଟିଏ । ସେ ପ୍ରଭୁ ପ୍ରେମର ଅନୁରାଗୀ- ବୈରାଗୀ । (ବୈରାଗୀ) ସୁଖିଲା ପତ୍ର ପରି ଏଇ ଜୀବନ, ଖାଲି ଡେମ୍ଫରେ ଯାହା ଲଟକି ରହିଛି । ଥିରି ଥିରି ପବନରେ ବଡ ସାବଧାନରେ ଦୋହଲୁଛି । ପବନ ଯଦି ଅମାନିଆ ହୋଇ ଟିକିଏ ଯୋରରେ ବୋହିବ, କିଏ ଜାଣିଛି, କୋଉ ମୁହୁର୍ତ୍ତରେ ଟପ୍ କରି ଝଡି ନପଡିବ ? ମଣିଷ ଜୀବନର ଭରସା କଣ, ଏଇନେ ଅଛି, ଏଇନେ ନାହିଁ । (ଅବିନାଶୀ) ଡର ତ ସମସ୍ତଙ୍କୁ ଲାଗେ, କୁକୁର ଭୁକିଲେ ସାମ୍ନାରେ ଠିଆ ହୋଇଥିବା ଲୋକଟାକୁ ବି ଡର ଲାଗେ, କିନ୍ତୁ କୁକୁର ଭୁକେ କାହିଁକି ? କାରଣ କୁକୁରକୁ ବି ଡର ଲାଗେ, ହେଲେ ସେ ନିଜ ଡରକୁ ଲୁଚାଇ, ସବୁ ବେଳେ ମଣିଷକୁ ଡରାଇବାକୁ ଚେଷ୍ଟା କରେ । ଉଭୟଙ୍କୁ ଡର ଲାଗେ କିନ୍ତୁ ଉଭୟ ନିଜ ଡରକୁ ଲୁଚାଇ ଅନ୍ୟକୁ ଡରାଇବାକୁ ଚେଷ୍ଟା କରନ୍ତି । ଶେଷରେ ଯିଏ ନିଜ ଡରକୁ ଜିତିବାରେ ସଫଳ ହେଲା, ସିଏ ଜିତିଲା । (ଶାକମ୍ବରୀ) ନାଉରିଆ ନିର୍ବିକାର ଭାବେ କହିଲା, ଦିଗମ୍ବର, ତୁମକୁ ବଡ ଦୁର୍ଲଭ ମଣିଷ ଜନ୍ମ ମିଳି ଥିଲା । କିନ୍ତୁ ତୁମେ ଅସଲ ମୂଲ୍ୟବାନ ସମ୍ପତ୍ତି ଏକାଠି ନକରି କେବଳ ମାଟି ଗୋଡି, ପଥର ଏକାଠି କରିବାରେ ତୁମର ସାରା ଜୀବନ ବ୍ୟର୍ଥରେ ବିତେଇ ଦେଲ । (ସଂନ୍ଧିକାଳ) କାମନାର ବିନାଶ କରିବା ଦରକାର ନାହିଁ, କିନ୍ତୁ କେବେ ବି କାମନାର ଦାସ ହୋଇ ଯାଅନି, ବରଂ କାମନାକୁ ନିଜର ଦାସ କରି ନିଅ । ଜୀବନରେ ଖୁସିର ଅଭାବ ରହିବନି । (ମୋକ୍ଷ) ଜଣେ କହିଲା, ମାଆ କସମ୍, ଆବେ କି ମାଲ୍ ହେଇଚି ବେ, ଶଳା ଏମିତି ଗୋଟେ ଝିଅ ମିଳି ଯାଆନ୍ତାକି ? ଆପୁନ୍ କା ଲାଇଫ୍ ସେଟ୍ ହୋଇ ଯାଆନ୍ତା । ଆଉ ଜଣେ ତା ମୁଣ୍ଡକୁ ପଛରୁ ଠୁକେଇ ଦେଇ କହିଲା, ଆବେ ଏତେ ସପନ ଦେଖେନା, ଏତେ ସପନକୁ ରାତି କାଇଁବା (ଅଙ୍ଗୁର)