Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ସମୟ କେବେ ଫେରେ ନାହିଁ । ସାହିତ୍ୟକୁ କିନ୍ତୁ ଏହା ବାରମ୍ବାର ଫେରେ । ସାହିତ୍ୟରେ ଲିପିବଦ୍ଧ ହୁଏ ସମୟର କାହାଣୀ । ସେଥିରେ ଥାଏ କେତେ ଘଟଣା, ଅନୁଭବ । ଥାଏ କେତେ ଚିତ୍ର ଓ ଚରିତ୍ର । ସେଇ ସବୁ କଥା ଓ କାହାଣୀକୁ ନେଇ ମୋର ଏଇ ଆତ୍ମକଥା । ଏଥିରେ ଅଛି କିଛି ସ୍ମୃତି, କିଛି ସ୍ୱୀକାରୋକ୍ତି, ଅଛି କିଛି ସ୍ୱପ୍ନ କିଛି ସଂଘର୍ଷର ଅନ୍ତରଂଗ ଗାଥା । ମଧ୍ୟବିତ୍ତ ସାଧାରଣ ମଣିଷଟିଏ ମୁଁ । ମୋର ଅଭିଜ୍ଞତା, ଅନୁଭୂତି ମୋର । କେବଳ ମୋର, ଏକାନ୍ତ ନିଜର । ସେ ସବୁକୁ ନେଇ ଆତ୍ମଜୀବନୀଟିଏ ଲେଖିବା କ’ଣ ନିହାତି ଆବଶ୍ୟକ । କାହିଁକି ଲେଖିବି, କାହାପାଇଁ ଲେଖିବି । ଏ ପ୍ରଶ୍ନ ମତେ ବାରମ୍ବାର ପ୍ରଶ୍ନାକୂଳ କରିଛି । ଅନେକ ସତୀର୍ଥଙ୍କର କିନ୍ତୁ ଅନୁରୋଧ ଜୀବନାଲେଖ୍ୟ ଟିଏ ଲେଖିବାକୁ । ଭାବିଲି ମୁଁ ବଂଚିଥିବା ସମୟ, ଭୋଗିଥିବା ଜୀବନ, ଭେଟିଥିବା ଚରିତ୍ରମାନଙ୍କୁ ନେଇ କିଛି କଥା ତ କୁହାଯାଇ ପାରିବ । ମୋର ଏ ପ୍ରୟାସ ହୁଏତ କାହାରି ମନରେ ନିରୋଳା ଆନନ୍ଦ ଟିକିଏ ତ ଦେଇପାରିବ । ମୋ ଜୀବନର ନିଷ୍କପଟ ଅଭିବ୍ୟକ୍ତି ଏଥିରେ ରୂପାୟିତ । ନା ଅଛି ଛଳନା, ନା ଆତ୍ମ ବଡ଼ିମା । ଅଛି କେବଳ ମୋ ଜୀବନ ଜାହ୍ନବୀର ସଜଳ ସ୍ମୃତିର ଟୋପାଏ ଲୁହ, ଚେନାଏ ହସ । ମୁଁ ଅଛି ଏ ସବୁରେ ଚେତନାର ଏଇ ଅଭିଯାତ୍ରାରେ ଶୁଣୁଛି ପିଛିଲା ଦିନର ପାଦଶବ୍ଦ ନିରବଧି କାଳ ଭିତରୁ ।