Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଆଜି ବି ପଛକୁ ଫେରି ଚାହିଁଲେ ମନେପଡ଼େ ସେଇସବୁ ଦିନ। କିଛି କବିତାର। କିଛି ସମାଲୋଚନାର। ୧୯୭୮ରୁ ’ଇସ୍ତାହାର’ ସହ ଥିଲି ସମ୍ପୃକ୍ତ। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ନିର୍ଦ୍ଦେଶରେ କିଛି ପ୍ରବଂଧ ଲେଖା। ପରେ ’ମୂଲ୍ୟାୟନ’ର ସଂପାଦକ ପ୍ରଫୁଲ୍ଲ ଜଗଦେବଙ୍କ ଅନୁରୋଧରେ ମଧ୍ୟ। ସେଦିନ କବିତାରେ ଅଧିକ ନିମଗ୍ନ ଥିଲି ସତ ତଥାପି ବେଳେବେଳେ ଆବଶ୍ୟକତା ହେତୁ କିଛି କିଛି ସମାଲୋଚନା ଲେଖିଥିଲି। ସେଇସବୁ ସାହିତ୍ୟ ଆଲୋଚନା ବିଦ୍ଗଧ ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ୧୯୭୮ରୁ ୧୯୮୫ ମଧ୍ୟରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା। ନା ନା ଜଞ୍ଜାଳ ଓ ମୋର ଅଳସୁଆମି ପାଇଁ ସମାଲୋଚନା ଗ୍ରନ୍ଥଟିଏ ପ୍ରକାଶ କରିବା ସମ୍ଭବପର ହୋଇ ପାରିନଥିଲା। ଅନେକ କତିପୟ ବଂଧୁଙ୍କର ବାରମ୍ବାର ଅନୁରୋଧ ହେତୁ ବହୁ ବିଳମ୍ବରେ ଏହା ପ୍ରକାଶିତ ହେଉଛି। ବିସ୍ମୃତିର ଗର୍ଭରୁ ଲେଖାସବୁକୁ ଖୋଜି ଲୋଡ଼ି ସଂଗ୍ରହ କରିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି। ଆଶା କରୁଛି ଏହି ସର୍ଜନଶୀଳ ଅନୁଶୀଳନକୁ ପାଠକମାନେ ଶ୍ରଦ୍ଧାର ସହ ଗ୍ରହଣ କରିବେ। - ନିରଂଜନ