Dharanidhar Sahoo / Kanak Manjari Sahoo
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ପ୍ରଫେସର ଧରଣୀଧର ସାହୁଙ୍କର ’ଅବସର ଆଳାପ’ ବିଭିନ୍ନ ଜାତୀୟସ୍ତରର ପତ୍ରପତ୍ରିକାରେ ପ୍ରକାଶିତ ଚଉଦ ଗୋଟି ଭାବୋଦ୍ଦିପକ କ୍ଷୁଦ୍ର ପ୍ରବନ୍ଧର ସମାହାର; ଯାହା ସାମଗ୍ରିକ ଭାବେ ମାନବ ଜୀବନ, ମାନବ ପ୍ରକୃତି, କର୍ମ, ଭାଗ୍ୟ, ଜ୍ଞାନ, ଆଧ୍ୟାତ୍ମିକତା ଓ ମୁକ୍ତି ସମ୍ପର୍କରେ, ଦର୍ଶନ-ମନସ୍ତତ୍ତ୍ୱ-ବିଜ୍ଞାନର ପୃଷ୍ଠଭୂମିରେ ଏକ ତର୍କ ସମ୍ବଳିତ ବ୍ୟାଖ୍ୟା ଯାହା ଦ୍ୱାରା ପାଠକ ଏକ ବୌଦ୍ଧିକ ବଳୟକୁ ସ୍ୱତଃ ଆକର୍ଷିତ ହୋଇଯାଏ।ଯୁକ୍ତି ଏବଂ ପୂର୍ବ ପ୍ରମାଣିତ ତଥ୍ୟର ସହାୟତାରେ ପ୍ରଫେସର ସାହୁ ପ୍ରତିପାଦିତ କରନ୍ତି ଯେ କେବଳ ଜନ୍ମ, ପ୍ରବୃତ୍ତି କିମ୍ବା ଭାଗ୍ୟ ଦ୍ୱାରା ମଣିଷର ଜୀବନ ନିର୍ଦ୍ଧାରିତ ନୁହେଁ, ତା’ର କର୍ମ, ପ୍ରୟାସ, ପରିବେଶ, ସ୍ୱାଧୀନ ଇଚ୍ଛା, ଚେତନା ଓ ନୈତିକ ନିଷ୍ପତ୍ତି ଦ୍ୱାରା ମଧ୍ୟ ତାହା ପ୍ରଭାବିତ ହୋଇଥାଏ। ପ୍ରଫେସର ସାହୁଙ୍କ ପ୍ରବନ୍ଧଗୁଡ଼ିକ ଏପରି ହୋଇଛି ଯାହା ପାଠକ ମନର ଅନ୍ଧକାର ପ୍ରଦେଶକୁ ଆଲୋକିତ କରି ପାରେ, ଯେତେସବୁ ଦ୍ୱନ୍ଦ୍ୱକୁ ସମାହିତ କରିପାରେ ଏବଂ ସର୍ବୋପରି ପାଠକ ପାଇଁ ଚିନ୍ତନ ଶୈଳୀର ଏକ ନୂତନ ଦିଗ ଉନ୍ମୋଚନ କରେ।