Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
Things Fall Apart ସବୁଠୁ ଲୋକପ୍ରିୟ ହେବା ସହ ଆର୍ନ୍ତଜାତିକ ପାଠକୀୟ ସ୍ୱୀକୃତି ଲାଭ କରିଛି । ଏହି ପୁସ୍ତକଟି ଷାଠିଏରୁ ଊର୍ଦ୍ଧ୍ୱ ଭାଷାରେ ଅନୂଦିତ ହୋଇସାରିଛି । ଏଥିରେ ଏକ ଅନନ୍ୟ କାହାଣୀ ଓ ବର୍ଣ୍ଣନା ଶୈଳୀ ମାଧ୍ୟମରେ ସେ ୟୁରୋପୀୟ ଉପନିବେଶବାଦକୁ ଆଫ୍ରିକୀୟ ଦୃଷ୍ଟିଭଙ୍ଗୀରେ ଉପସ୍ଥାପନା କରିଛନ୍ତି । ଆଫ୍ରିକାର ନାଇଜେରିଆରେ ଇଂରେଜ ଉପନିବେଶବାଦର ସ୍ଥାପନ ହେଲା ପରେ ଇଂରାଜୀ ଶିକ୍ଷା, ସଭ୍ୟତା ଏବଂ ଖ୍ରାଷ୍ଟଧର୍ମର ପ୍ରଚାର ଓ ପ୍ରସାର ହେଲା । ଏଇ ଧକ୍କାରେ ନାଇଜେରିଆର ପାରମ୍ପରିକ ସମାଜ ଓ ସଂସ୍କୃତି ଭୁଷୁଡି ପଡ଼ିଲା । ଫଳରେ ନାଇଜେରିଆରେ ଏଯାବତ୍ ଚଳି ଆସୁଥିବା ପୁରୁଣା ଭାବଧାରା ଓ ମୂଲ୍ୟବୋଧର କ୍ରମଶଃ ବିଘଟନ ହେବାକୁ ଲାଗିଲା । ସାଂସ୍କୃତିକ ଆଧାର ଉଜୁଡ଼ି ଗଲା । ଇଂରେଜ ଶାସନ ଓ ଖ୍ରାଷ୍ଟ ଧର୍ମର ଚାପରେ ସାଧାରଣ ଦେଶୀୟ ଜନଜୀବନ ନିଜସ୍ୱ ସଂଗଠନ ହରାଇଲା । ଏମିତି ଏକ ବିକଳ ଓ ବିକଟ ପରିସ୍ଥିତିର ସାମ୍ନା କରୁକରୁ ଉପନ୍ୟାସର ନାୟକ ଓକୋଙ୍କୋ ଶେଷରେ ଆତ୍ମହତ୍ୟା କଲା । କାରଣ ତା ପାଇଁ ସାମାଜିକ ଓ ସାଂସ୍କୃତିକ ରହିତ ଜୀବନ - ଆଉ ଜୀବନ ହେଇ ରହିଲା ନାହିଁ । ଏପରି ଏକ ମର୍ମସ୍ପର୍ଶୀ ସଂଘର୍ଷକୁ ନେଇ Things Fall Apart ର କାହାଣୀ ଉପଜିବ୍ୟ । ’ଉଜୁଡ଼ା ଆଧାର’ ଏଇ ସମ୍ବେଦନଶୀଳ ଉପନ୍ୟାସର ଓଡ଼ିଆ ରୂପାନ୍ତର । ଭାରତୀୟ / ଓଡ଼ିଆ ଭାବେ ଆମେ ମଧ୍ୟ ଉପରୋକ୍ତ ପରିସ୍ଥିତିର ସାମ୍ନା କରିଆସୁଛୁ । ଏଇ ପରିପ୍ରେକ୍ଷୀରେ ଏଇ ଅନୁବାଦଟି ଓଡ଼ିଆ ପାଠକଙ୍କୁ ଆମର ଭାଙ୍ଗି ଯାଉଥିବା ଆଧାର ସମ୍ପର୍କରେ ସଚେତନ କରିବ ବୋଲି ବିଶ୍ୱାସ ।