Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ରାଜ୍ୟ ମାନଙ୍କ ସହ କୌଣସି ଜାଗା ବୁଲିବାକୁ ଯିବା ବେଳେ ଯେ ଆନନ୍ଦମୟ ତାହା ଭୁକ୍ତଭୋଗୀ ହିଁ ବୁଝିପାରିବେ । ତେବେ ସୌଭାଗ୍ୟବଶତଃ, ମୁଁ କିଛି ବର୍ଷ ତଳେ ଏକ ସୁଯୋଗ ପାଇଥିଲି ମୋର କିଛି ରକ୍ତ ସମ୍ପର୍କୀୟ ସହ ମିଶି ଦକ୍ଷିଣ ଭାରତ ଭ୍ରମଣରେ ଯିବାର । ତାହା ଥିଲା ମୋ ଜୀବନର ପ୍ରଥମ ରାଜ୍ୟ ବାହାରେ ଭ୍ରମଣ ଯାତ୍ରା । ଭ୍ରମଣ ହିଁ ଜାଣିବା ମନୁଷ୍ୟ ଯେ, ହେଲେ ମୋ ପାଇଁ ଖୁବ ମୂଲ୍ୟବାନ ଥିଲା । ବହୁତ କମ୍ ଦିନର ଭ୍ରମଣ ଥିଲା ସତ, ହେଲେ ମୋ ଜୀବନ ଏକ ଅଭୁଲା ସ୍ମୃତି ଥିଲା । କେତେ ଯେ ଗଛ, କେତେ ଯେ ଘର, କେତେ ଯେ ମନ୍ଦିର, କେତେ ଯେ ମଣିଷ, କେତେ ଯେ ପାହାଡ, କେତେ ଦୁର୍ଗମତା; ଯାଦିର ଭୟ ଯେତିକିଥାଏ ଠିକ୍ ସେ ବଢିବା ପାଇଁ କେତେ ଯେ ଉଦ୍ଦୀପନା, କେତେ ଯେ ଉତ୍କଣ୍ଠା!!! ହାସ୍ୟରସ ଠାରୁ ଆରମ୍ଭ କରି ଭୌତିକବାଦୁ ଯାଏଁ ପ୍ରତ୍ୟେକ ଅନୁଭୂତି କରିଥିଲି ସେଇ ସ୍ବଳ୍ପ ସମୟ ମଧ୍ୟରେ ।ତେବେ ସେଇ ଅଭୁଲାଣୀ ସ୍ମୃତିକୁ କିଛି ଟା ସାଉଁଟି ବାକୁ ଚେଷ୍ଟା କରିଛି ଏହି 'ସାଉଁଟା ସ୍ମୃତି' ଶୀର୍ଷକ ଭ୍ରମଣ କାହାଣୀରେ । ବାସ୍ତବରେ କହିବାକୁ ଗଲେ, ସେଇ ସ୍ମୃତିକୁ ବଖାଣିବାକୁ ଶବ୍ଦ ନାହିଁ ମୋ ପାଖରେ । ତଥାପି ଦକ୍ଷିଣ ଭାରତର ସୌନ୍ଦର୍ଯ୍ୟକୁ ଆପଣଙ୍କ ଆଗରେ ବର୍ଣ୍ଣନା କରିବାକୁ ମଧ୍ୟ ଏ ଅଜ୍ଞାନୀ ସାହିତ୍ୟିକ ପାଖରେ ଅହଂକାରର ଘୋର ଅଭାବ । ତଥାପି ଆଶା କରୁଛି ଲେଖକର କଲମରୁ କିଛି ବିନ୍ଦୁ ଏବଂ ସରଳ ଘରୋଇ ସାହିତ୍ୟରେ ସେଇ ଭ୍ରମଣ କାହାଣୀକୁ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛି ଏହି ପୁସ୍ତକରେ ।