Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ସୀତା ସ୍କୁଲରେ ପାଦ ଦେବା ଦିନଠୁ ତାର ଅନେକ ସାଙ୍ଗ ସୃଷ୍ଟି ହୋଇଛନ୍ତି । ଅନେକ ସ୍କୁଲ ଝିଅଙ୍କ ସହିତ ତା’ର ବଢିଛି଼ ଆତ୍ମୀୟତା । ଅନେକ ଦିନ ଧରି ଅତୁଟ ରହେ ସେ ଅନ୍ତରଙ୍ଗତା । ପୁଣି କେତେ ଜଣଙ୍କ ସହିତ ତା’ର ନୂତନ ଭାବେ ଜାତ ହୁଏ ଆତ୍ମୀୟତା । କେଉଁଠି କେତେବେଳେ ଯୋଡ଼ି ହୁଏ ଅଠାଲଗା କାଗଜ ପରି । ସେଇ ଆତ୍ମୀୟତା, ବନ୍ଧୁତ୍ୱ ବା ସାହଚର୍ଯ୍ୟ ଭିତରେ ସୀତା ସହିତ ଯେଉଁ ଦି’ ଜଣ ଝିଅଙ୍କ ଅତୁଟ ରହିଛି ସଂପର୍କ, ସେମାନେ ହେଲେ ମିତା ଓ ଲଳିତା । ଏହି ତିନି ସାଙ୍ଗ ବନ୍ଧୁତ୍ୱର କଷଟିରେ ଅନେକ ଥର ପରୀକ୍ଷିତ ହୋଇଛନ୍ତି । ବନ୍ଧୁତ୍ୱ ଏମାନଙ୍କର ଅତୁଟ, ଅଟଳ ଓ ସୁଦୃଢ଼ । କାଳକ୍ରମେ ଏମାନେ ବାଳିକା ପ୍ରାଥମିକ ବିଦ୍ୟାଳୟର ପାଠ ସମାପ୍ତ କରି ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇଛନ୍ତି । ଉଚ୍ଚ ବିଦ୍ୟାଳୟରୁ କଲେଜକୁ ଯାଇଛନ୍ତି ।ଏମାନଙ୍କ ମଧ୍ୟରୁ ଜଣେ ବଣିକ କନ୍ୟା । ଅନ୍ୟ ଜଣେ କୃଷକ କନ୍ୟା ଓ ଶେଷଟି ଶିକ୍ଷକ କନ୍ୟା । ଏଇ ସହରର ବିଖ୍ୟାତ ବ୍ୟବସାୟୀମାନଙ୍କ ମଧ୍ୟରେ ଲଳିତାର ବାପା ଅନ୍ୟତମ । ମିତାର ବାପା ଜଣେ ବଡ଼ ଚାଷୀ । ସୀତାର ବାପା ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷକ ।A novel about three friends Sita, Mita and Lalita.