Librería Samer Atenea
Kálamo Books
Librería Perelló (Valencia)
Librería Elías (Asturias)
Librería Kolima (Madrid)
Librería Proteo (Málaga)
କାହାଣୀ ଭିତରେ କାଳ ଥାଏ, ଚିତ୍ର ଥାଏ, ଚରିତ୍ର ଥାଏ, ଘଟଣା ଦୁର୍ଘଟଣା ଥାଏ । କାହାଣୀକାରର ସୂକ୍ଷ୍ମ ଅନୁଭୂତି ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇଥାଏ । ଏଥିରେ ମଧ୍ୟ ଥାଏ ସୃଜନଶୀଳତା ଓ କଳ୍ପନାପ୍ରବଣତା । ଏହାର ଶିଳ୍ପକଳା, କଥନ ଭଙ୍ଗୀ, ପ୍ରାରମ୍ଭର ଉତ୍କଣ୍ଠା ତଥା ପରିସମାପ୍ତିର ବହୁବଣ୍ଣା ତୃପ୍ତି/ଅତୃପ୍ତି ପାଠକକୁ ବିମୋହିତ କରେ । ମୁଁ ଗପ ଲେଖିଛି । ଅନେକ ପାଠକୀୟ ଶ୍ରଦ୍ଧା ଓ ପ୍ରଶଂସା ଅର୍ଜନ କରିଛି । ଓଡିଆ ସାହିତ୍ୟର ଆଧୁନିକ ଯୁଗସ୍ରଷ୍ଟା ଫକୀରମୋହନ ସେନାପତିଙ୍କଠାରୁ ଅନେକ ସଫଳ ସ୍ରଷ୍ଟା ତାଙ୍କର କାଳଜୟୀ ସୃଷ୍ଟି ସମ୍ଭାର ଧରି ତଳକୁ ତଳ ଧାଡି ବାନ୍ଧି ରହିଛନ୍ତି । ସେମାନଙ୍କର ନାମ ଉଲ୍ଲେଖ କରିବା ସମ୍ଭବ ନୁହେଁ । ତେବେ ସେମାନଙ୍କ ତଳ ଧାଡିରେ ମୁଁ ସାମିଲ ହେବାକୁ ଚେଷ୍ଟା କରିଛି । କୁହାଯାଏ ସେମାନଙ୍କ ସମୟରେ ବିଭିନ୍ନ ପରୀକ୍ଷାମୂଳକ ଗଳ୍ପ ଲେଖାଯାଇଛି, ବିଭିନ୍ନ ବାଦ(ସଗ୍ଦଜ୍ଞ)ର ଅନୁପ୍ରବେଶ ଘଟିଛି । ମୋ ଗଳ୍ପଗୁଡିକ ସେହି ଭିତରେ କେଉଁଠି ଅଛି ମୁଁ କହି ପାରିବି ନାହିଁ । ଏହା ସମୀକ୍ଷକଙ୍କ କାମ । ତେବେ ମୋ ଗଳ୍ପଗୁଡିକରେ କଣ ଥାଏ ବୋଲି ଖୋଜିଲେ ସବୁ କିଛି ଉପାଦାନ ତ ମିଳିବ, ମିଳିବ ବି କଳ୍ପନାପ୍ରବଣତା ଓ ସତ୍ୟତା । ଗଳ୍ପରେ କଳ୍ପନା ପ୍ରବଣତାର ମାତ୍ରା ଅଧ୍ୟଧିକ ହେଲେ ତାହା ଆଉ ଗଳ୍ପ ହୋଇ ରହେ ନାହିଁ, ପୁଣି ସତ୍ୟତାର ପରିମାଣ ଅତ୍ୟଧିକ ହେଲେ ତାହା ବି ଗଳ୍ପ ହୋଇ ନ ପାରି ସମ୍ବାଦକୁ ଚାଲିଆସେ । ଗଳ୍ପ ହେଉଛି ସତମିଛ, ଛାଇଖରାର ଏକ ଦସ୍ତାବିଜ । ତେବେ ମୁଁ ଦୃଢ଼ ଭାବେ କହିବି ଯେ ମୋ ଗଳ୍ପ ସମୂହ ମୋ ଚିହ୍ନା ପୃଥିବୀର, ଆତ୍ମୀୟତାର । ମୋ ଗଳ୍ପର ଚିତ୍ର ଚରିତ୍ରମାନ ମୋ ଆଗରେ ଜୀବନ୍ତ ଭାବେ ଠିଆ ଉଠନ୍ତି । ଏହା ଭିତରେ ଇଚ୍ଛା ହେଲା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ମୋର ଗଳ୍ପସମୂହକୁ ସଂକଳିତ କରିବାକୁ । ସଂଗ୍ରହ କରିବାକୁ ଚେଷ୍ଟା କଲି । ସଂପୂର୍ଣ୍ଣ ରୂପେ ସଫଳ ହୋଇ ପାରିଲି ନାହିଁ । କିଛି ଗପ ଫକୀରମୋହନଙ୍କ ’ଲଛମନିଆ’ପରି ଆତ୍ମ ଗୋପନ କଲେ ।