Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’ପ୍ରତିଜ୍ଞା’ରେ ପ୍ରେମଚନ୍ଦ ବିଧବା ସମସ୍ୟାକୁ ଏକ ନୂତନ ରୂପରେ ଉପସ୍ଥାପନ କରିଛନ୍ତି ଏବଂ ଏହାର ବିକଳ୍ପ ମଧ୍ୟ ସୂଚାଇଛନ୍ତି। ପ୍ରତିଜ୍ଞାର ନାୟକ ଅମୃତରାୟ ଜଣେ ବିପତ୍ନୀକ, ଯିଏ ନିଜର ବିବାହ ଜଣେ ବିଧବା ସହିତ କରିବାକୁ ଚାହାଁନ୍ତି, ଯାହାଫଳରେ ଜଣେ ବିଧବାଙ୍କର ମଙ୍ଗଳ ହୋଇପାରିବ, ଅନ୍ୟପକ୍ଷରେ ତାଙ୍କୁ ଜଣେ ସମବୟସ୍କା ପତ୍ନୀ ମିଳିପାରିବେ ଏବଂ ଅନ୍ୟ କୌଣସି ନବଯୌବନା କୁମାରୀ କନ୍ୟାର ଜୀବନ ନଷ୍ଟ ହେବ ନାହିଁ.....।ଉପନ୍ୟାସର ନାୟିକା ’ପୂର୍ଣ୍ଣା’ ଜଣେ ଆଶ୍ରୟହୀନ ବିଧବା, ଯିଏ ନିଜ ସ୍ୱାମୀଙ୍କ ସ୍ମୃତିରେ ଅର୍ଘ୍ୟ ଅର୍ପଣ କରି ନିଜର ବୈଧବ୍ୟ ଜୀବନ ଅତିବାହିତ କରିବାକୁ ଚାହାଁନ୍ତି। କିନ୍ତୁ କମଳା ପ୍ରସାଦଙ୍କ ଭଳି କିଛି ଭୋକିଲା ଗଧିଆ ତାଙ୍କ ସଂଯମତାକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି। ପ୍ରତିକୂଳ ପରିସ୍ଥିତିରେ ଛଟପଟ ହୋଇ ଜୀବନ ବିତାଉଥିବା ଭାରତୀୟ ନାରୀଙ୍କ ବିଷମତା ଏବଂ ଭାଗ୍ୟର ଏକ ଜୀବନ୍ତ ଚିତ୍ରଣ ହେଉଛି ’ପ୍ରତିଜ୍ଞା’।