Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଗୋଟେ ଯାଯାବର ହୁଏତ ଭିନ୍ନ ମନ ନେଇ ଜନ୍ମ ହୋଇଥାଏ କିମ୍ବା ଅଲଗା ରୂପେ ଗଢ଼ି ହୋଇଯାଇଥାଏ ତା’ର ମନ ! ତାହା ପମ୍ପାସ୍ ହେଉ କି ଡାଉନ୍ସ, ପେରି ହେଉ କି ଷ୍ଟେପି, କାଣ୍ଟବରି ହେଉ କି ସାଭାନ୍ନା - ତା’ ଉପରେ ଚଲାବୁଲା କରୁଥିବା ମଣିଷମାନଙ୍କର ଭାଗ୍ୟ ଓ ମନ ବୋଧହୁଏ ଗୋଟିଏ ପ୍ରକାରର ହିଁ ହୋଇଥାଏ । ନିଜ ଦଳର ଲୋକମାନଙ୍କ ସହ ମିଶି ପାଳିତ ପଶୁଙ୍କୁ ନେଇ କେଉଁଠି ଗୋଟେ ଡେରା ପକାଇବେ । ହୁଏତ ସେଇଠି ତମ୍ବୁ ବାନ୍ଧିଥିବେ ଆଉ କେତୋଟି ଦଳ । ଅନ୍ୟ ଦଳର କାହା କାହା ସହ ଦେଖା ହୋଇପାରେ । ବନ୍ଧୁତା ବି । ଦିନେ କିନ୍ତୁ ସେଇ ଅଞ୍ଚଳର ଘାସ ଯେତେ ସରିଆସିବ । ଦଳଟିମାନ ପେଡ଼ିପୁଟୁଳି ବାନ୍ଧି ଭିନ୍ନ ଭିନ୍ନ ଦିଗରେ ମୁହାଁଇବେ ।କିଏ ଜାଣେ, ବନ୍ଧୁତା ହୋଇଥିବା ମଣିଷଟି ସହ ଆଉ କେବେ ଦେଖାହେବ ନା ନାହିଁ ? ଯଦି ବା ଦେଖାହୁଏ, କେତେଦିନ ପରେ ଦେଖାହେବ ଓ କ’ଣ ସବୁ ପରିବର୍ତ୍ତନ ଘଟିସାରିଥିବ ଏଇ ସମୟ ଖଣ୍ଡରେ ।