Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଯେତେବେଳେ ମୋର ବ୍ୟକ୍ତିସତ୍ତାର ଅସ୍ତିତ୍ୱ ହଜିଯାଇଥିଲା, ଗୋଟେ ଲେଖକ କେବଳ ଥିଲି, ତାହା ଖୁବ୍ ଭଲ ଥିଲା ମୋ ପାଇଁ । ପାଠକୀୟ ପ୍ରତିକ୍ରିୟା ନିରପେକ୍ଷ ମଣୁଥିଲା ମୋତେ । ଭାବୁଥିଲି ଦର୍ପଣଟିଏ ଲେଖାଏଁ ସେଇ ଚିଠି । ଖୋଜୁଥିଲି ମୋ ନିଜର ପ୍ରତିଛବି । ମାତ୍ର ମୋର ପରିଚୟ ଜାଣିଯିବା ପରେ ଅନେକେ ମତେ ଭାବୁଛନ୍ତି ଆଜି ପକ୍ଷଭୁକ୍ତ ବୋଲି । ସତେ ଯେମିତି ମୁଁ ଟେବୁଲ୍ର ବିପରୀତ ପାଖରେ ବସିବା ମଣିଷ! ବିଚ୍ଛିନ୍ନ ସେମାନଙ୍କଠାରୁ । ଅନ୍ୟ ପକ୍ଷରେ ଡାକ୍ତରମାନେ ପ୍ରାୟତଃ ଗପ ପଢ଼ନ୍ତିନାହିଁ । ମୋର ତେଣୁ ମନେହୁଏ ଏକ ଜନବସତିହୀନ ଅଞ୍ଚଳରେ ଅଟକି ଯାଇଥିବାଭଳି । ଲେଖୁ ଲେଖୁ ଲେଖିଗଲି ଦର୍ପଣ କଥା । ପ୍ରତିଛବି କଥା । ସମସ୍ତେ କହନ୍ତି, ସାହିତ୍ୟ ଦର୍ପଣ ହେବା ଉଚିତ ସମାଜର । ମାତ୍ର କି ପ୍ରତିଛବି ଦେଖାଏ ସତରେ ଦର୍ପଣଟିଏ? ଅବିକଳ ଓଲଟା । ବାମପାଶ୍ୱର୍କୁ ଡାହାଣ ଓ ଡାହାଣ ପାଶ୍ୱର୍କୁ ବାମ କରିଦିଏ ଦର୍ପଣ । ମୋ ଗପ ସଂପର୍କରେ କିଏ ସେଭଳି ମନ୍ତବ୍ୟ ଦେଲେ ମୁଁ ଦ୍ୱନ୍ଦ୍ୱରେ ପଡିଯାଏ ତେଣୁ ।