Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଉତ୍କଳଗୌରବ ମଧୁସୂଦନ ଦାସ ଓରଫ୍ ମଧୁବାବୁ ଓଡ଼ିଆ ଜାତିର ଚିର ନମସ୍ୟ । ପ୍ରତିଟି ଓଡ଼ିଆର ମାନସ ପଟରେ ସେ ହେଉଛନ୍ତି ଅନ୍ୟତମ ସ୍ମରଣୀୟ ବ୍ୟକ୍ତିତ୍ୱ । ଓଡ଼ିଶାର ସ୍ୱାଭିମାନକୁ ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଯେଉଁ ଜୀବନବ୍ୟାପୀ ସାଧନା ଚାଲୁ ରହିଥିଲା, ତା’ର ପଟାନ୍ତର ନାହିଁ । ଊନବିଂଶ ଶତାବ୍ଦୀ ହେଉଛି ଓଡ଼ିଶାରେ ନବଜାଗରଣର ସମୟ । ଏହି ଶତାବ୍ଦୀରେ ଓଡ଼ିଶାରେ ବହୁ ମହାମନୀଷୀ ଜନ୍ମଗ୍ରହଣ କରି ଉତ୍କଳମାତାଙ୍କର ମୁଖଶ୍ରୀକୁ ଉଜ୍ଜ୍ୱଳ କରିଥିଲେ । ମଧୁବାବୁ ସେହି କୃତବିଦ୍ୟ ମନୀଷୀମାନଙ୍କ ମଧ୍ୟରେ ଅନ୍ୟତମ । ସୁପ୍ତ ପ୍ରାୟ ଓଡ଼ିଆ ଜାତିକୁ ନୂତନ ପ୍ରାଣ ସ୍ପନ୍ଦନରେ ଚଳଚଞ୍ଚଳ କରିବାରେ ମଧୁବାବୁଙ୍କର ପ୍ରଯତ୍ନ ପ୍ରୟାସ ବେଶ୍ ପ୍ରଣିଧାନଯୋଗ୍ୟ । ମଧୁବାବୁଙ୍କ ଜୀବନ ଓଡ଼ିଶାର ରାଜନୈତିକ ଇତିହାସର ଇତିବୃତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶା ପାଇଁ ସେ ନିରନ୍ତର ଚିନ୍ତା କରୁଥିଲେ । ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଓଡ଼ିଶାର ସ୍ୱାଭିମାନ ଏବଂ ଅସ୍ମିତାକୁ ଅକ୍ଷୁଣ୍ଣ ରଖିବା ପାଇଁ ସେ ଆଜୀବନ ଥିଲେ ସଂକଳ୍ପବଦ୍ଧ । ଓଡ଼ିଶା ପାଇଁ, ଓଡ଼ିଆ ଜାତି ପାଇଁ ସେ ଥିଲେ ସମର୍ପିତ ପୁରୁଷ । ଏହି ମହୀୟାନ୍ ପୁରୁଷ ହେଉଛନ୍ତି ମଧୁବାବୁ, ବାରିଷ୍ଠର ମଧୁସୂଦନ ଦାସ । ଊନବିଂଶ ଶତାବ୍ଦୀ ଓଡ଼ିଶା ପାଇଁ ଥିଲା ଅଭ୍ୟୁଦୟର ସମୟ । ଏହି କାଳରେ ଓଡ଼ିଶାର ଚିନ୍ତାନାୟକମାନେ ରାଜ୍ୟପାଇଁ, ଦେଶପାଇଁ, ଭାଷାପାଇଁ, ଅସ୍ମିତା ପାଇଁ ଚିନ୍ତା କରୁଥିଲେ । ତଦନୁସାରେ ମଧ୍ୟ କାର୍ଯ୍ୟ କରୁଥିଲେ । ଓଡ଼ିଶାର ସଂକଟ ମୁହୂର୍ତ୍ତରେ ଯୋଗଜନ୍ମା ମଧୁବାବୁ ଆବିର୍ଭାବ ହୋଇ ଉତ୍କଳ ମାତାଙ୍କର ମୁଖଶ୍ରୀଙ୍କୁ ସମ୍ମୁଜ୍ୱଳ କରିଥିଲେ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର କାଳଜୟୀ ପଂକ୍ତିଟି ମନକୁ ଆସେ । ତାହା ହେଉଛି - 'ପରହିତ ଲାଗି ମରେ ଯେ ମହୀରେ ସେହି ଏକା ସୁପୁରୁଷ ।'