Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
କବିଚନ୍ଦ୍ର କାଳୀଚରଣଙ୍କର ଆତ୍ମଲିପି ’କୁମ୍ଭାରଚକ’ ଆଧାରରେ ଡ. ସେଣଙ୍କର ପ୍ରବନ୍ଧ ପୁସ୍ତକ ’ଓଡିଆ ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀଚରଣ’। ଏଥିରେ ସନ୍ନିବିଷ୍ଟ ମୋଟ୍ ୨୮ ଗୋଟି ପ୍ରବନ୍ଧ ଲେଖକଙ୍କର କଳାତ୍ମକ ଅନ୍ତର୍ଦୃଷ୍ଟିର ଅନୁପମ ନିଦର୍ଶନ। କବିଚନ୍ଦ୍ର କେବଳ ଓଡିଶାର ନୁହଁନ୍ତି, ସମଗ୍ର ଭାରତ ବର୍ଷରେ ଏକ ବହୁ ଚର୍ଚ୍ଚିତ ପ୍ରତିଭା ଓ ସାରସ୍ୱତ ସାଧକ। ତାଙ୍କ ଆତ୍ମଜୀବନୀ ’କୁମ୍ଭାରଚକ’ ଏକ ଅନବଦ୍ୟ କୃତି। ଓଡ଼ିଆ ସାହିତ୍ୟ-ସଂସ୍କୃତିର ଏହା ରସୋତ୍ତୀର୍ଣ୍ଣ ଇତିହାସ; ଏକ ନିର୍ଭୁଲ ସାମାଜିକ ସନନ୍ଦ। ଓଡ଼ିଆ ନାଟ୍ୟ ସଂସ୍କୃତି କ୍ଷେତ୍ରରେ କବିଚନ୍ଦ୍ର ଏକ ଅନୁଷ୍ଠାନ; ଓଡ଼ିଆ ନାଟ୍ୟ ଜଗତରେ ମଧ୍ୟ ’ଭରତ ମୁନି’ ଭାବେ ଖ୍ୟାତ। ତାଙ୍କ କୃତି-କୀର୍ତ୍ତି ସମ୍ପର୍କରେ ଯେତେ ଆଲୋଚନା କଲେ ବି ଅପୂର୍ଣ୍ଣାଙ୍ଗ ପ୍ରତୀୟମାନ ହୁଏ। ଏହି ପ୍ରଥିତଯଶାଙ୍କ ସମ୍ବନ୍ଧରେ ବୌଦ୍ଧିକ ତଥା ତାତ୍ତ୍ୱିକ ଚର୍ଚ୍ଚା ଡ. ସେଣଙ୍କ ପୁସ୍ତକଟିରେ ଜାରି ରହିଛି, ତାହା ଅତୀବ ପ୍ରଶଂସନୀୟ; କାଳଜୟୀ ପ୍ରଚେଷ୍ଟା ମଧ୍ୟ। ଏହା ସମସାମୟିକ ସାହିତ୍ୟାନୁରାଗୀ ଓ ଉତ୍ତର ପିଢ଼ିଙ୍କ ଦୃଷ୍ଟି ବହୁ ଭାବରେ, ବହୁ ରୂପରେ ଆକର୍ଷଣ କରିବ। ପୁସ୍ତକଟିର ରସ ଚାତୁର୍ଯ୍ୟ ବିଦଗ୍ଧ ପାଠକଙ୍କୁ ସ୍ପର୍ଶ କରିବ ନିଶ୍ଚୟ!