Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ବିନୋଦିନୀଙ୍କ ଗଳ୍ପ ଜଗତ ଆଜିର ବ୍ୟକ୍ତି ସର୍ବସ୍ୱ ଚେତନା ଆଧାରିତ ନିଃସଙ୍ଗ ଜୀବନର ଅନ୍ତଃ ଆର୍ତନାଦ । ମୋ ହାତକୁ ଆସିଥିବା ବୈକୁଣ୍ଠପୁର ଗଳ୍ପ ସଂକଳନର ଗଳ୍ପମାନଙ୍କ ମଧ୍ୟରେ ମାଆ, ମା, ଚୋର, ସନ୍ଦେହ, ଠାରୁ ହୀରାହାର, ଓ ଋଣ ପରିଶୋଧ ଯାଏ ସର୍ବ ମୋଟ ଅଠରଟି ଗଳ୍ପ ମୋତିହାରର ବୈଦୁର୍ଯ୍ୟ ପ୍ରବାଳ ରତ୍ନ ପରି ଏକକୁ ଆରେକ ମହାନ ଓ ମୂଲ୍ୟବାନ । ସାମାନ୍ୟ ଘଟଣାକୁ ଅସାମାନ୍ୟ କରି ଗଢ଼ି ତୋଳିବାର ବିସ୍ମୟ ବିଭୋରତା ବିନୋଦିନୀଙ୍କ ଗଳ୍ପ ମାନଚିତ୍ରର ଆଙ୍ଗିକ ବୈଶିଷ୍ଟ୍ୟ ଓ ଫକୀର ମୋହନଙ୍କ ’ମୋଡ଼ ବୁଲିଲେ ଗପ’ ନ୍ୟାୟରେ ପ୍ରତ୍ୟେକ କାହାଣୀର ଜନ୍ମ ଆକସ୍ମିକତାରୁ । ଯେମିତି ଝୁଣ୍ଟି ପଡ଼ିଲେ ଆଃ ଉଚ୍ଚାରିତ ହୁଏ ଆପେଆପେ, ସେହିପରି ତାଙ୍କ ଗଳ୍ପମାନ ସ୍ୱତଃନିସୃତ । ବିନୋଦିନୀ ନିଜ ଗଳ୍ପ ପାଇଁ ଚାଙ୍ଗୁଡ଼ି ଧରି ଅନ୍ୟ ବଗିଚାକୁ ଫୁଲ ତୋଳିବାକୁ ଯାଇନାହାନ୍ତି । ଫଳତଃ ନିଜ ଆଖି ଦେଖା କଥା, ନିଜର ପ୍ରତ୍ୟେହିକ ଅନୁଭୂତିରୁ ଯେମିତି ଗଳ୍ପଗୁଡ଼ିକ ଝରିପଡନ୍ତି ସ୍ୱତଃ । ବିନୋଦିନୀଙ୍କ ଭାଷା ଅତ୍ୟନ୍ତ ସରଳ, ଭାବ ଅଫୁରନ୍ତ ଓ ପାଠକକୁ ଭସେଇ ନେବାର ସାମର୍ଥ୍ୟ ରଖେ । ତାଙ୍କ ଗଳ୍ପରେ ନା ଅଛି ଆଡମ୍ବର, ନା ଅଛି ଛଳନା, ଅଛି କେବଳ କାବ୍ୟିକ କୌଶଳ, ପାଠକଙ୍କୁ ହିପ୍ନୋଟାଇଜ୍ କରିବାର ଅଭିନବ ଓ ଅନନ୍ୟ ପ୍ରବୀଣତା । ସାମ୍ପ୍ରତିକ ଗଳ୍ପ ସଂସ୍କାରର ଦେହଳୀରେ ବିନୋଦିନୀଙ୍କ ଗଳ୍ପ ନିଜ ମୌଳିକ ସୌଷ୍ଠବତାରେ ଓ ନିଜକଳାରେ ଅପ୍ରତିଦ୍ୱନ୍ଦୀ । ସର୍ବୋପରି ଗଳ୍ପର ମନୋରଂଜନ ଧର୍ମ ତଥା ବିନୋଦ ବିଭବ ବେଶ ସୁକୁମାର । ସେଇ ମନଛୁଆଁ ଗଳ୍ପ ସମ୍ପର୍କରେ ଆଉ ଆଉ କଥା ଶୁଆ ନିଜ ତୁଣ୍ଡରେ ନିଜ ମୂଲ କହିଲା ପରି, ଗଳ୍ପ ହିଁ ଦେବ ନିଜର ଜମାନବନ୍ଦୀ । ବିନୋଦିନୀଙ୍କର ଏ ଗଳ୍ପ ପୁସ୍ତକ ପାଠକଙ୍କୁ ନିଶ୍ଚୟ ମୁଗ୍ଧ କରିବ । ବିଖ୍ୟାତ ଆମେରିକୀୟ ଗାଳ୍ପିକ ଓ’ ହେନେରୀଙ୍କ ଗଳ୍ପ ପରି ବିନୋଦିନୀଙ୍କ ଗଳ୍ପର ଆରମ୍ଭ ଅପ୍ରତ୍ୟାଶିତ ଓ ଅନ୍ତ ଅଭାବିତ ଉପସଂହାର ଖୁବ୍ ଆକର୍ଷଣୀୟ ।