Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ରୀତିଯୁଗୀୟ କାବ୍ୟ ପରମ୍ପରା ଓ କବିମାନଙ୍କୁ ଅନୁସରଣ କରିଥିଲେ ମଧ୍ୟ କାବ୍ୟର ସମସ୍ତ ବିଭାଗରେ ଯେଉଁ ଅପୂର୍ବ ସଫଳତା ହାସଲ କରିଛନ୍ତି, ତାହା ସମଗ୍ର ଓଡ଼ିଆ ସାହିତ୍ୟରେ ବିରଳ । ଉପେନ୍ଦ୍ରଙ୍କ ଶବ୍ଦ ପାଣ୍ଡିତ୍ୟ, ଛନ୍ଦ ଓ ବନ୍ଧର ବୈଚିତ୍ର୍ୟ, ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ଅଦୃଷ୍ଟପୂର୍ବ କୃତିତ୍ୱ, ଶୃଙ୍ଗାର ରସର ପୁଷ୍କଳ ପରିବେଷଣ, ପ୍ରକୃତି ଚିତ୍ରଣ, ବର୍ଣ୍ଣନା ଚାତୁରୀ, ରଚନା ଶୈଳୀରେ ବିଦଗ୍ଧ ସୁଲଭ ଆଭିଜାତ୍ୟ ନିକଟରେ ଅନ୍ୟ କବିଙ୍କ ପ୍ରତିଭା ତୁଚ୍ଛ ମନେହୋଇଥାଏ ।ଉପେନ୍ଦ୍ର କାବ୍ୟ କୋଣାର୍କର ରସମୟୀ, ଛନ୍ଦମୟୀ, ଲାସ୍ୟମୟୀ, ହାସ୍ୟମୟୀ ଅନନ୍ୟ ଲଳନା ହେଉଛି ’ଲାବଣ୍ୟବତୀ’ । ଲାବଣ୍ୟବତୀ ଭଳି କାବ୍ୟ ନାୟିକା ଓଡ଼ିଆ ସାହିତ୍ୟରେ ବିରଳ ସୃଷ୍ଟି । ଉପେନ୍ଦ୍ରଙ୍କ କାଳ୍ପନିକ ସୃଷ୍ଟି ଲାବଣ୍ୟବତୀ, ତାଙ୍କର ସମଗ୍ର ସୃଷ୍ଟିକୁ ଅତିକ୍ରମ କରାଯାଇଥିବା ମନେହୁଏ । ଲାବଣ୍ୟବତୀକୁ ସେ ୪୮ଗୋଟି ଛାନ୍ଦରେ ସମ୍ପୂର୍ଣ୍ଣ କରିଛନ୍ତି । ଉପେନ୍ଦ୍ରଭଞ୍ଜଙ୍କ ସମଗ୍ର କାବ୍ୟ ମଧ୍ୟରେ ଲାବଣ୍ୟବତୀର ସ୍ଥାନ ସ୍ୱତନ୍ତ୍ର ଏକ ସ୍ୱତନ୍ତ୍ର ମହିମାରେ ସେ ମହିମାନ୍ୱିତ । ଏହା ଉପେନ୍ଦ୍ର କାବ୍ୟମାନସର ସର୍ବଶ୍ରେଷ୍ଠ ଉପହାର ଓଡ଼ିଶାବାସୀଙ୍କୁ । ପ୍ରାୟ ୩୦୦ ବର୍ଷ ପୂର୍ବେ ରଚିତ ଏ କାବ୍ୟ, ଏକ ବିଂଶ ଶତାବ୍ଦୀରେ ମଧ୍ୟ ଏହାର ଆଦର ଅକ୍ଷୁଣ୍ଣ ରହିଛି । ଏ କାବ୍ୟକୁ ଆଜି ମଧ୍ୟ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ।