Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ବିଜ୍ଞାନର ସବୁଠାରୁ ବଡ଼ ’ସଫଳତା’ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି! ଉତ୍ତର ମେରୁର ବରଫ ଦ୍ରୁତ ଗତିରେ ତରଳୁଛି, ବିହନ ବ୍ୟାଙ୍କରୁ ବରଫ ତରଳି ଲୁହା ସିନ୍ଧୁକ ଦେଖାଗଲାଣି । ଅନ୍ତର୍ଜାତିକ ବିହନବ୍ୟାଙ୍କ ଏବେ ଦୁର୍ଦ୍ଦଶାଗ୍ରସ୍ତ । 'ଜଳବାୟୁ ପରିବର୍ତ୍ତନ ଓ ହିସାବ ବିଗିଡିଗଲା'ରେ ପ୍ରଫେସର ରାଧାମୋହନ ମାନବସମାଜ ପାଇଁ ବାର୍ତ୍ତା ଦେଇଛନ୍ତି, 'ପ୍ରକୃତି ମଣିଷର ଔଦ୍ଧତ୍ୟକୁ ବରଦାସ୍ତ କରିବ ନାହିଁ- ସେ ଉଗ୍ର ହେବ । ବନ୍ୟା-ବାତ୍ୟା-ମରୁଡ଼ି ପୃଥିବୀର ସ୍ଥିତିକୁ ଦୋହଲାଇଦେବ । ଷ୍ଟିଫେନ୍ ହକିନ୍ସ୍ ୨୦୧୮ରେ ସତର୍କ କରିଥିଲେ 'ମଣିଷ ପ୍ରକୃତିକୁ ଯେପରି ଲୁଣ୍ଠନ କରୁଛି, ଖୁବ ଶୀଘ୍ର ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର ଶିକାର ହେବ । ୨୦୫୦-୬୦ବେଳକୁ ମଣିଷ ପୃଥିବୀରୁ ଲୋପ ପାଇଯିବ ।' ପ୍ରଫେସର ରାଧାମୋହନ ଓ ଷ୍ଟିଫେନ ହକିନ୍ସ୍ ଏକା କଥା କୁହନ୍ତି । କିନ୍ତୁ ସାଧାରଣ ଚାଷୀ, ମୂଲିଆ ଓ ସ୍କୁଲଛାତ୍ରମାନେ ଷ୍ଟିଫେନ୍ ହକିନ୍ସ୍ଙ୍କୁ ବୁଝିବା କଷ୍ଟ । ପ୍ରଫେସର ରାଧାମୋହନଙ୍କ ଉପସ୍ଥାପନା ଅତି ନିଆରା । ତାଙ୍କ ଲେଖାକୁ ୮/୧୦ ବର୍ଷର ପିଲାଠାରୁ ଆରମ୍ଭ କରି ଗାଁର ୭୦/୮୦ବର୍ଷର ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସହଜରେ ବୁଝିଯିବେ । ମୁଁ ଜଣେ ଆଜୀବନ ଶିକ୍ଷାର୍ଥୀ । ପ୍ରଫେସର ରାଧାମୋହନଙ୍କ ଜ୍ଞାନ ମାପିବା ମୋ ପକ୍ଷେ ସମ୍ଭବ ନୁହଁ । କେବଳ ଏତିକି କହିବି ଯେ ପ୍ରଫେସର ରାଧାମୋହନଙ୍କୁ ତାଙ୍କ ହାତତିଆରି ’ସମ୍ଭବ’ ଓ କାଳଜୟୀ ଗଣସାହିତ୍ୟ ଅମର କରି ରଖିବ - ନଟବର ଷଡ଼ଙ୍ଗୀ -