Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କିଶୋରୀ ବୟସରୁ ହୃଦୟ ଭିତରେ ଲୁକ୍କାୟିତ ଥିବା ଅଭିଳାଷ ଯେବେ ଆତ୍ମପ୍ରକାଶ ଦାବି କରେ, ପରିଣତ ବୟସରେ ତାକୁ ଅଣଦେଖା କରିବାକୁ ଯେବେ କୌଣସି କାରଣ ନଥାଏ, ମୋ ଭଳି ସାହିତ୍ୟାନୁରାଗୀ ଲେଖନୀ ଧରିବାକୁ ବାଧ୍ୟ ହୁଏ। ତଦୁପରି ଡାକ୍ତରୀ ଓ ପାରିବାରିକ ସଂସାର ବାହାରେ ଅଜସ୍ର ନୂତନ ସାହିତ୍ୟପ୍ରେମୀ ବନ୍ଧୁ, ଲେଖକ, ପାଠକ, ପ୍ରକାଶକ, ସମାଲୋଚକ ଆଦିଙ୍କ ସହିତ ଯୋଡିହେବା ଏକ ଅଦମ୍ୟ ଆକର୍ଷଣ; ଯାହା ମୋତେ ଏହି ସୁନ୍ଦର ସାହିତ୍ୟ ଜଗତରେ ବାନ୍ଧି ରଖିଛି। ଜଣା ଅଜଣା କିଛି ପାଠକଙ୍କଠାରୁ ଆଉ ମୁଠାଏ ଖୁସି ଓ ସ୍ନେହ ସାଉଁଟିନେବା ଲୋଭରେ ଅନୁଭବର କାହାଣୀ ସବୁକୁ ନିଜ ଶବ୍ଦଜ୍ଞାନର ଆଧାରରେ ଗଳ୍ପ ଆକାରରେ ସଜାଡି ଲେଖୁଛି। ଓଡ଼ିଆ ସାହିତ୍ୟର ବିଶାଳ ସାଗରରେ ବୁନ୍ଦାଏ ଜଳ ଭାବରେ ନିଜର ଅସ୍ତିତ୍ୱ ଚିରନ୍ତନ ସାଇତି ରଖୁଛି। ମୋର ସମସ୍ତ ଗଳ୍ପ ନିଜସ୍ୱ ଅନୁଭୂତି ବା ସାମ୍ପ୍ରତିକ ଘଟଣାବଳୀ ଉପରେ ଆଧାରିତ ଓ ପାଠକଙ୍କୁ ଜୀବନ ଅନୁଭୂତିର ଆଭାସ ଦିଏ। ଗଳ୍ପଗୁଡିକର ମାନ ନିର୍ଦ୍ଧାରଣ ନିମନ୍ତେ ପାଠକ ହିଁ କେବଳ ବିଚାରକ। ପାଠକୀୟ ମତାମତ ଅତ୍ୟନ୍ତ ମୂଲ୍ୟବାନ ଓ ଅତ୍ୟାବଶ୍ୟକ, ସବିନୟ ଅପେକ୍ଷା ରଖୁଛି।