Hamsaduta

Hamsaduta

Rupa Goswami / Manoranjan Pattanayak

19,17 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2024
ISBN:
9781645605294
19,17 €
IVA incluido
Disponible

Selecciona una librería:

  • Donde los libros
  • Librería 7artes
  • Librería Elías (Asturias)
  • Librería Kolima (Madrid)
  • Librería Proteo (Málaga)

’ହଂସଦୂତ’ ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର ’ମେଘଦୂତ’ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା’ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା ।              ରୂପ ଗୋସ୍ୱାମୀଙ୍କର ’ହଂସଦୂତ’ ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ ’ହଂସଦୂତ’ ବେଶ୍ ସୁନାମ ଅର୍ଜନ କରିଛି । ’ହଂସଦୂତ’ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।

Artículos relacionados