Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଗୋଟିଏ ଜନ୍ମର କବିତା ହେଉଛି ମଣିଷ ହୃଦୟର ତାଳ, ଲୟ ଓ ଛନ୍ଦର ଶବ୍ଦସମ୍ଭାର। କଳ୍ପନାମୟୀଙ୍କ କବିତାଗୁଡ଼ିକରେ ସାର୍ବଜନୀନ ଆବେଗ-ପ୍ରେମ, ପ୍ରତୀକ୍ଷା, ଆଶା, ନିରାଶା, ମିଳନ, ବିରହ, ଉତ୍ଥାନ, ପତନ, ଉତ୍ତରଣର ଚିତ୍ର ପାଠକର ଚିତ୍ତକୁ ଧରିରଖେ। ତାଙ୍କର କବିତା ସାବଲୀଳ ଭାବେ ପାର୍ଥିବରୁ ସ୍ୱର୍ଗୀୟ ଭାବନା ପଥରେ ଗତିଶୀଳ। ଅପାର୍ଥିବର ଅନ୍ୱେଷଣ କବିତାଗୁଡ଼ିକର ଅନ୍ତଃସ୍ୱର। ସରଳ, ସୁନ୍ଦର, ସାବଲୀଳ ପ୍ରକାଶରେ କବିତାଗୁଡ଼ିକ ଭାଷା ଓ ଭୂଗୋଳକୁ ଅତିକ୍ରମ କରିପାରେ। ପ୍ରତ୍ୟେକଟି କବିତାରେ ମଣିଷର ହୃତ୍ସ୍ପନ୍ଦନ ପଢ଼ିହୁଏ। ଡାୟାସ୍ପୋରା ଓଡ଼ିଆ ଲେଖିକା କଳ୍ପନାମୟୀ ଦାଶ ଓଡ଼ିଆ କାବ୍ୟଜଗତକୁ ଋଦ୍ଧିମନ୍ତ କରିଛନ୍ତି କବିତା ମାଧ୍ୟମରେ। ଭାରତୀୟ ସଂସ୍କୃତି ଓ ଓଡ଼ିଆ ମାଟିର ବାସ୍ନା କବିତାଗୁଡ଼ିକର ପଦେ ପଦେ ଆଘ୍ରାଣ କରିହୁଏ। ଏହା କେବଳ ଏକ କବିତା ସଂକଳନ ନୁହେଁ, ବରଂ ମଣିଷର ହୃଦୟଯାତ୍ରାର ଗାଥା ଯାହା ପ୍ରେମ, ବିଶ୍ୱାସ, ସମର୍ପଣ ଏବଂ ମାନବୀୟ ଚେତନାର ଦର୍ପଣ। ପାଠକମାନେ କବିତାଗୁଡ଼ିକର ଛତ୍ରେ ଛତ୍ରେ ନିଜ ହୃଦୟକୁ ଆବିଷ୍କାର କରିବେ ଓ କବିତାମନସ୍କ ହେବେ। କଳ୍ପନାମୟୀ ବିଦେଶମାଟିରେ ରହି ଓଡ଼ିଆଭାଷାରେ ଏପରି ଏକ ସୁନ୍ଦର କବିତା ସଂକଳନ ଉପହାର ଦେଇଥିବାରୁ ଜଣେ ଓଡ଼ିଆ ଭାବରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। --ଡ. ଆଦ୍ୟାଶା ଦାସ (Professor and Amazon Bestselling Author)