Drasta

Drasta

Kahlil Gibran / Manoranjan Pattanayak

19,08 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2024
ISBN:
9781645605324
19,08 €
IVA incluido
Disponible

Selecciona una librería:

  • Donde los libros
  • Librería 7artes
  • Librería Elías (Asturias)
  • Librería Kolima (Madrid)
  • Librería Proteo (Málaga)

ପ୍ରାଚ୍ୟର ଓ ମଧ୍ୟପ୍ରାଚ୍ୟର ଦର୍ଶନର ଅପୂର୍ବ ସମନ୍ୱୟରେ ଏହି ଗ୍ରନ୍ଥଟି ସମୃଦ୍ଧ । ଏହା ଏକ ଅଭିରୁଚି ସମ୍ପନ୍ନ ଗ୍ରନ୍ଥର ମାନ୍ୟତାପ୍ରାପ୍ତ । ଶ୍ରୀମଦ୍ ଭଗବଦ୍ ଗୀତା ଓ ଉପନିଷଦୀୟ ଚିନ୍ତାଧାରାର ଅପୂର୍ବ ସମନ୍ୱୟରେ ଏହା ପରିପୁଷ୍ଟ ।              ଜିବ୍ରାନଙ୍କର 'ଦ୍ରଷ୍ଟା' ସହିତ ରବୀନ୍ଦ୍ରନାଥ ଟାଗୋରଙ୍କର 'ଗୀତାଂଜଳି'ର ତୁଳନା କରିଛନ୍ତି ନୋବେଲ ବିଜୟୀ ଫରାସୀ ସାହିତ୍ୟିକ ଆଁନ୍ଦ୍ରେଜିଦ୍ । ସିଏ କହିଛନ୍ତି ’ଗୀତାଂଜଳି’ର ପ୍ରାଚ୍ୟ ଏତେ ମଧୁର ସ୍ୱରରେ ଆଉ କେବେ କଥା କହିନି । ଗୀତାଂଜଳି (୧୯୧୩) ଓ ଦ୍ରଷ୍ଟା (୧୯୨୩), ଏହି ଦୁଇଟି କାବ୍ୟଗ୍ରନ୍ଥ ପ୍ରକାଶିତ ହୋଇଛି ଏକ ଯୁଗର ବ୍ୟବଧାନରେ । ଏହି ସମୟର ମଝିରେ ଜଗତ୍‌ବିଖ୍ୟାତ ଦୁଇଜଣଯାକ କବିଙ୍କର ଦେଖା ହୋଇଛି ଏକାଧିକବାର । ସେମାନଙ୍କର ସାକ୍ଷାତକାର ସମ୍ପର୍କରେ ଜିବ୍ରାନ କହନ୍ତି, 'ରବୀନ୍ଦ୍ରନାଥ ଟାଗୋରଙ୍କ ସହିତ ମୋର ଦେଖା ହୋଇଛି । ସିଏ ମୋତେ ତାଙ୍କର କେତୋଟି କବିତା ପଢ଼ିକରି ଶୁଣାଇଛନ୍ତି ।'୍‌              ଜିବ୍ରାନଙ୍କର ଜୀବନୀକାରଙ୍କ ଲେଖାରୁ ଜଣାଯାଏ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ଓ ମତ ବିନିମୟ ହୋଇଛି ।              ଜିବ୍ରାନଙ୍କର ଏହି ପ୍ରସିଦ୍ଧ ପୁସ୍ତକଟିର ବିଷୟବସ୍ତୁ ଯାହା ପ୍ରଶ୍ନ-ଉତ୍ତର ଛଳରେ ୨୬ଟି ଗଦ୍ୟ-କବିତା (କାବ୍ୟିକ-ପ୍ରବନ୍ଧ) ମଧ୍ୟ ଦେଇ ଗଢ଼ି ଉଠିଛି । ତାହା ପ୍ରକାଶ ପାଇବା ଏବେ ଶହେ ବର୍ଷ ପୂର୍ଣ୍ଣ ହେଲା । ରେକର୍ଡ଼ ଅନୁସାରେ ୧୯୨୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ପ୍ରକାଶନ ପରେ ୨୦୧୨ ମସିହା ପର୍ଯ୍ୟନ୍ତ (୮୯ ବର୍ଷରେ) ଇଂରେଜୀ ବହିର ୯୦ ଲକ୍ଷ କପି ବିକ୍ରୀ ହୋଇଛି । ଏହି ବହିଟିର ଅନୁବାଦ ୧୦୮ ଭାଷାରେ କରାଯାଇଛି । ୯୫ ବର୍ଷର ଇତିହାସରେ ୨୦୧୮ ମସିହା ପର୍ଯ୍ୟନ୍ତ ଇଂରେଜୀ ବହିର ୧୮୮ଟି ମୁଦ୍ରଣ ହୋଇ ସାରିଛି ।

Artículos relacionados