Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ବାସ୍ତବରେ, ପ୍ରକୃତି ସିଧା ସଳଖ ଭାବେ କିଛି କରାଇ ଦିଏ ନାହିଁ । ତେଣୁ, ଶୁଦ୍ଧ ମନ ବା ଚେତନା ଦ୍ୱାରା ବିକାଶ ପାଇଁ ସମ୍ୟକ ଧ୍ୟାନର ଆବଶ୍ୟକତା ଜରୁରୀ । ପ୍ରତି କର୍ମରେ ଧ୍ୟାନ ଯୋଡ଼ିଗଲେ, ସ୍ୱୟଂର ଉର୍ଜ୍ଜା ସମ୍ୟକ ଚେତନାର ରୂପନେଇ, ପ୍ରେମ, ସେବା, ସତ୍ୟ ଓ ବିଶ୍ରାମରେ ପହଞ୍ଚାଇଦିଏ । ବର୍ହିଜଗତରେ ପ୍ରକଟିତ ହେଉଥିବା ଅହଂକାର, ଅଭିଯୋଗ, ହିଂସା, ଦ୍ୱେଷ, ମହତ୍ ଆକାଂକ୍ଷା ଇତ୍ୟାଦି ଜଳିପୋଡ଼ି ଅନ୍ତର୍ଜଗତରେ ଛପି ରହିଥିବା ଧନ୍ୟବାଦ, ଅହୋଭାବ, ସାଧୁବାଦ, ଦୟା, କ୍ଷମା, କରୁଣାରେ ରୂପାନ୍ତରିତ ହୋଇଯିବ । ସେହି ଶୁଦ୍ଧିକରଣର ନାମ ଧାର୍ମିକତା, ଧର୍ମ ନୁହେଁ । ଧାର୍ମିକତା ଆଧ୍ୟାତ୍ମିକତାର ପରମ ପୁଞ୍ଜି । ସେହି ମହାଯାତ୍ରାର ଚାରୋଟି ଘାଟ, ଯେଉଁ ଘାଟ ଦେଇ ସମ୍ୟକ ଜୀବାତ୍ମା କରନ୍ତି ସ୍ନାନ । ସେହି ଚାରିଘାଟର ନାମ ସାକ୍ଷୀ, ଧ୍ୟାନ, ସମାଧି ଓ ସୁମିରଣ । ଏହି ଚାରୋଟି ଯେଉଁଠି ଧାର୍ମିକତା ସେଇଠି । ଧ୍ୟାନୀର ସହଜ, ଜାଗୃତ ଓ ସମ୍ବେଦନଶୀଳ ସ୍ଥିତିରୁ ଅସ୍ଥିତ୍ୱର ସଙ୍ଗୀତ ଅନୁଭବ ଦିଏ । ଫଳରେ ସାକ୍ଷୀ, ଚୈତନ୍ୟ, ଆତ୍ମସତ୍ତା, ପରମାତ୍ମାର ଭୂମିରେ ମହାନିଦ୍ରାରେ ବିଶ୍ରାମ ନିଏ, ଯାହାକୁ କହନ୍ତି ସମାଧି । ସେହି ସମାଧିରୁ ବିକଶିତ ଜ୍ୟୋତି ସ୍ୱରୁପର ନାମ ଆସିଲା ଧ୍ୟାନ ଗୀତା, ଆନନ୍ଦ ଗୀତା ଓ ସାଧନା କଥାର ମିଳିତ ପ୍ରସାଦ । ଯାହାର ସାହାଯ୍ୟରେ ଜଣେ ଅତି ସାଧାରଣ ସଂସାରୀ ବୁଝିବାକୁ ସମର୍ଥ ହୋଇ ସ୍ୱୟଂର ଆତ୍ମଯାତ୍ରାରେ ପାଦଦେଇ ପାରିବ । ଏହି ଧ୍ୟାନ ଗୀତା ଅସ୍ଥିତ୍ୱର କଥା ଓ ଅନୁଭବର ବାର୍ତ୍ତା । ସେହି ପରମପୁରୁଷଙ୍କ ବିଭୂତିକୁ ପୁଷ୍ପାଞ୍ଜଳୀ ଦେବାର ଏକ କ୍ଷୁଦ୍ର ପ୍ରୟାସ ।