Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
୧୯୯୦ ମସିହାରୁ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲି । ତତ୍ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳରେ କଟକ ଜିଲ୍ଲାର ସାଧାରଣ ସଂପାଦକ ରୂପେ ଯୋଗଦେବା ସଙ୍ଗେ ସଙ୍ଗେ ବିଭିନ୍ନ ସମବାୟ ଅନୁଷ୍ଠାନର ପରିଚାଳନା ପରିଷଦରେ ସ୍ଥାନ ପାଇଲି । ସମବାୟ କ୍ଷେତ୍ରରେ ବିଶେଷ ଜ୍ଞାନ ଆରୋହଣ କରିବା ପାଇଁ ବିଭିନ୍ନ ରାଜ୍ୟ ଗ୍ରସ୍ତ କରିଥିଲି । ବିଭିନ୍ନ ସୂତ୍ରରୁ ଆହୋରଣ କରିଥିବା ଜ୍ଞାନକୁ ପାଥେୟ କରି କିଛି ସମବାୟଭିତ୍ତିକ ଅନୁଚ୍ଛେଦ ଗୁଡ଼ିକ ଲେଖି ବିଭିନ୍ନ ଖବର କାଗଜ ମାନଙ୍କରେ ପ୍ରକାଶନ ପାଇଁ ଚେଷ୍ଟା କରିବାରୁ ସେଗୁଡ଼ିକ ବିଭିନ୍ନ ସମୟରେ ଦୈନିକ ଖବର କାଗଜ ଯଥା - ସମାଜ, ସମ୍ବାଦ, ପ୍ରଗତିବାଦୀ, ଧରିତ୍ରୀ, ସକାଳ ଓ ଓଡ଼ିଶା ଏକ୍ସପ୍ରେସ୍ରେ ପ୍ରକାଶ ପାଇଥିଲା। ସେହି ଅନୁଚ୍ଛେଦଗୁଡ଼ିକୁ ଏକତ୍ର କରି ୨୦୨୩ ମସିହା ଜାତୀୟ ସମବାୟ ସପ୍ତାହରେ ’ଅର୍ଥନୀତିରେ ସମବାୟ’ ନାମକ ଏକ ସମବାୟଭିତ୍ତିକ ପୁସ୍ତକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମବାୟ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ପୁସ୍ତକଟି ଉନ୍ମୋଚନ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଦୁଇଖଣ୍ଡ ପୁସ୍ତକ ଯଥା ’ଦେଶ ବିକାଶରେ କୃଷି ଓ ସମବାୟ’ (ଓଡ଼ିଆ ଭାଷାରେ) ଓ ’Golden Opportunities in Co-Operative’ (ଇଂରାଜୀ ଭାଷାରେ) ଜାତୀୟ ସମବାୟ ସପ୍ତାହ-୨୦୨୪ରେ ପ୍ରକାଶ ପାଉଅଛି । ଦୁଇଟିଯାକ ପୁସ୍ତକ ସମସ୍ତ ବନ୍ଧୁମାନଙ୍କର ଶୁଭମନାସୀ ଭଗବାନ୍ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ଉତ୍ସର୍ଗ କରୁଛି ।