Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କଥାଶିଳ୍ପୀ ରୋଜାଲିନିଙ୍କ ସହଜ, ସରଳ ଓ ସାବଲୀଳ ଗଳ୍ପ ଗଢ଼ଣର ଶୈଳୀ ମୁଗ୍ଧ କଲା ମୋତେ। ଆମ ସମୃଦ୍ଧ ଓଡ଼ିଆ ସାହିତ୍ୟ ଜଗତରେ ସେ ଜଣେ ନୂତନ ସମ୍ଭାବନା। କଥାରେ କଥାରେ ଅଭିନବ ଶବ୍ଦ ସଂଯୋଜନା କରି ସେ ଯେଉଁ ଚମତ୍କାର ଚିତ୍ର ଆଙ୍କନ୍ତି, ତାହା ଅନନ୍ୟ ଓ ଅସାଧାରଣ। ତାଙ୍କର ପ୍ରଥମ ଗଳ୍ପ ସଂକଳନ ’ମଡ଼ାଚଣ୍ଡିଆ ଓ ଅନ୍ୟମାନେ’ ଏବଂ ପ୍ରଥମ ଉପନ୍ୟାସ ’ଇଚ୍ଛାପତ୍ର’ ଭଳି ଏ ଦ୍ୱିତୀୟ ଗଳ୍ପ ସଂକଳନଟି ମଧ୍ୟ ନିଶ୍ଚୟ ପାଠକାଦୃତି ଲାଭ କରିବ। ଆଶୀର୍ବାଦ କରୁଛି, ରୋଜାଲିନିଙ୍କ ସର୍ଜନାର ପୃଥିବୀ ଆହୁରି ପରିବ୍ୟାପ୍ତ ହେଉ।ଡ. ଫନୀ ମହାଂତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକରୋଜାଲିନିଙ୍କର ’ବୁଢ଼ା ବରଗଛ ଛାଇ’ ଗଳ୍ପ ସଂକଳନ ତାଙ୍କର ଗଳ୍ପ ଯାତ୍ରାର ନିରନ୍ତରତା ସହ ତାଙ୍କର ଗଳ୍ପକଳାର କ୍ରମବିକାଶର ପ୍ରତିଶ୍ରୁତି। ଏ ସଂକଳନର ଅନେକ ଗପରେ ସେ ବୟସର ଅପରାହ୍ନରେ ପହଞ୍ଚିଥିବା ବାପା, ମା’ମାନଙ୍କର ଏକାକୀତ୍ୱ ଓ ପରପିଢିର ସମ୍ବେଦନାହୀନ ବ୍ୟବହାରର ଦୃଶ୍ୟ ଦେଖେଇଛନ୍ତି। ଏ ଗପସବୁରେ ରୋଜାଲିନିଙ୍କର ଗପହାତର ପରିପକ୍ୱତା ବେଶ୍ ବାରି ହେଇ ପଡୁଛି। ତାଙ୍କର ପ୍ରଥମ ଗଳ୍ପ ସଂକଳନଟି ଖୁବ୍ ପାଠକୀୟ ଆଦୃତି ଲାଭ କରିଛି। ଏ ସଂକଳନ ଆହୁରି ଅଧିକ ପାଠକମାନଙ୍କ ପାଖରେ ପହଞ୍ଚୁ। ଡ. ହିରଣ୍ମୟୀ ମିଶ୍ର, ବରିଷ୍ଠ ସାହିତ୍ୟିକା