Fakir Mohan Sahoo / Kalpana Sahoo
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ବୈଭବ ମନୋବିଜ୍ଞାନର ପରିକଳ୍ପନା କେବଳ ଏକ ସାରସ୍ୱତ ଅଭୀପ୍ସା ନୁହେଁ, ଏହା ଏକ ସଚେତନଶୀଳ ଦାୟିତ୍ୱବୋଧର ପରିପ୍ରକାଶ । ଆମର ସମସ୍ତ ଆର୍ଥିକ ପ୍ରଗତି ସତ୍ତ୍ୱେ ବ୍ୟକ୍ତିଗତ ଜୀବନ ଯେପରି ବିଷାଦଗ୍ରସ୍ତ ହୋଇଉଠୁଛି ଏବଂ ସମଷ୍ଟିଗତ ଜୀବନ ଯେପରି ବେଦନାକ୍ଳିଷ୍ଟ ହୋଇଉଠୁଛି, ସେ ପରିପ୍ରେକ୍ଷୀରେ ବିଷବୟଳରୁ ମୁକ୍ତ ହେବାର ଇଚ୍ଛା ଏକ ସ୍ୱାଭାବିକ ପ୍ରକ୍ରିୟା । ସୌଭାଗ୍ୟବଶତଃ ମନୋବିଜ୍ଞାନ ଓ ସମାଜବିଜ୍ଞାନର ଅଧ୍ୟୟନ ଓ ଗବେଷଣା ରାଜ୍ୟରେ ମଧ୍ୟ ଏ ପ୍ରକାର ମାନସିକତା ପ୍ରତିଧ୍ୱନିତ । ପୁସ୍ତକଟି ଅନୁସନ୍ଧିତ୍ସୁ ସମସ୍ତ ପାଠକପାଠିକା ପାଇଁ ଉଦ୍ଦିଷ୍ଟ । ତଥାପି ପ୍ରଚଳିତ ପାଠ୍ୟକ୍ରମକୁ ପୁରୋଭାଗରେ ରଖି କେତେକ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି । ଭାବ ଓ ଭାଷା ମଧ୍ୟରେ ସମନ୍ୱୟ ରକ୍ଷା କରିଯିବାର ପ୍ରଯତ୍ନ ହୋଇଛି । ଓଡ଼ିଆ ଭାଷା ଆଧୁନିକ ଭାବଧାରାର ବାହକ ହୋଇପାରେ, ଲେଖକ ଏପରି ବିଶ୍ୱାସର ଏକାନ୍ତ ଅନୁଗତ । ସୁତରାଂ ସାରସ୍ୱତ ସୌନ୍ଦର୍ଯ୍ୟ ପ୍ରତି ସମ୍ମାନ ରକ୍ଷା କରାଯାଇ ପୁସ୍ତକଟି ରଚନା କରାଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଶ୍ରଦ୍ଧାଶୀଳ ପାଠକପାଠିକା ଉପକୃତ ହେଲେ ପରବର୍ତ୍ତୀ ଯୋଜନା ଅଧିକ ତ୍ୱରାନ୍ୱିତ ହେବ ।