Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ପୂଜ୍ୟପାଦ ସ୍ୱର୍ଗତ ପଣ୍ଡିତଜୀ, ଲିଖିତ ସମଗ୍ର ଚରିତକୁ ତୁଣ୍ଡେ ତୁଣ୍ଡେ ଡାକିଯାଇଥିଲେ ଓ ତାହା ଲେଖିଥିଲେ ବାଣପୁର ହାଇସ୍କୁଲର ଶିକ୍ଷକ ଶ୍ରୀ ଜଗନ୍ନାଥ ମହାପାତ୍ର । ଏହି ଲିଖିତ ପାଣ୍ଡୁଲିପିର ଚାରିଭାଗରୁ ତିନିଭାଗ, ସାମାନ୍ୟ କିଛି ପରିବର୍ତ୍ତନ କରି, ପଣ୍ଡିତଜୀ ପୁଣି ନିଜ ହାତରେ ଲେଖିଯାଇଛନ୍ତି । ବାକିତକ ଶ୍ରୀଯୁକ୍ତ ମହାପାତ୍ରଙ୍କ ହାତଲେଖାରେ ଅଛି । ପାଣ୍ଡୁଲିପିକୁ ଅକ୍ଷୁଣ୍ଣ ଓ ଅବ୍ୟାହତ ରଖି ଏହି ମୁଦ୍ରଣ କରାଯାଇଛି ।ଆତ୍ମଚରିତକୁ ଦୁଇଭାଗରେ ବିଭକ୍ତ କରିବା ପୂଜ୍ୟପାଦ ପଣ୍ଡିତଜୀଙ୍କର ଅଭିପ୍ରେତ ଥିଲା । ନିଜର ଜନ୍ମଠାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅର୍ଥାତ୍ ୧୯୩୬ ମସିହାର ଆରମ୍ଭକାଳ ପର୍ଯ୍ୟନ୍ତ, ପ୍ରାୟ ପଚାଶ ବର୍ଷର ବିଷୟ-ବସ୍ତୁ ପ୍ରଥମ ଭାଗରେ ରହିବା କଥା ଏବଂ ଜୀବନର ପଚାଶ ବର୍ଷର ପରବର୍ତ୍ତୀ ବିଷୟ-ବସ୍ତୁ ଦ୍ୱିତୀୟ ଭାଗରେ ଆଲୋଚ୍ୟ । ସେ ଯେ ସୂଚୀପତ୍ର କରିଛନ୍ତି, ସେଥିରେ ପ୍ରଥମ ଭାଗର ପଞ୍ଚଚାଳିଶ ପରିଚ୍ଛେଦରୁ ଚଉତିରିଶଟି ମାତ୍ର ଲେଖିଛନ୍ତି; ବାକିତକ ଅଲେଖା ରହିଯାଇଛି । ଦ୍ୱିତୀୟ ଭାଗର ସୂଚୀ ଆୟୋଜନ କରି, ସେ ନିଜେ ଲିପିବଦ୍ଧ କରିଥିଲେ ମଧ୍ୟ କିଛି ହେଲେ ବିଷୟ ଲେଖିଯାଇପାରିନାହାନ୍ତି ।ଆତ୍ମଚରିତ ଲେଖିବା ସ୍ଥିର କରି ଲେଖା ସେ ୧୯୫୧ ମସିହାର ପୂଜା ସମୟରେ ଆରମ୍ଭ କଲେ । ୧୯୫୬ ମସିହା ଜୁଲାଇ ୨୬ ତାରିଖ ଦିନ ଅପରିକଳ୍ପନୀୟ ଭାବରେ ତାଙ୍କୁ ହଠାତ୍ ବିଦାୟ ନେଇ ଯିବାକୁ ପଡ଼ିଲା ଏ ମର୍ତ୍ତ୍ୟପୁରରୁ ଅମରଧାମକୁ । ସୁତରାଂ ଆତ୍ମଚରିତ, ତାଙ୍କ କଳ୍ପିତ ଆଉ କେତେ କାର୍ଯ୍ୟ ପରି, ଅପୂର୍ଣ୍ଣ ଅବସ୍ଥାରେ ରହିଗଲା । ଏହା ୧୯୫୧ରେ ଲେଖାଯାଇଥିବାରୁ, ସମସାମୟିକ ଘଟନାକୁ ଲକ୍ଷ୍ୟ କରି କେତେକ ସ୍ଥଳରେ ଲେଖା ରହିଛି । ପାଠକ ଯଥାଭାବରେ ତାହା ହୃଦ୍ବୋଧ କରିବା ଆଶା କରାଯାଏ ।