Kedarnath Singh / Manoranjan Pattanayak
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଏକାଡେମୀ ପୁରସ୍କାର ପ୍ରାପ୍ତ ’ଅକାଳ ମେଁ ସାରସ’ କବିତାଗ୍ରନ୍ଥଟି ହିନ୍ଦୀ କବିତାକୁ ସର୍ବଥା ଏକ ନୂତନ ମୋଡ଼ ଦେବାର ସାର୍ଥକ ପ୍ରଚେଷ୍ଟା । ଏହି ସଂଗ୍ରହ ସହିତ ଏହି ଆଶା ରହିବ ଯେ କବିତା ନିଜ ମୂଳରେ ପ୍ରସାରିତ ହୁଏ ଆଉ ସେହି ଆଶାରୁ ପ୍ରାପ୍ତ ଉର୍ଜାର ବଳ ଉପରେ ସିଏ ନିଜ ସମୟ, ପରିବେଶ, ମଣିଷର ସଂଘର୍ଷ, ପ୍ରକୃତିରେ ଭଡ଼କି ଉଠୁଥିବା ଜିବୀବିଷାକୁ ଶବ୍ଦ ଦେବାରେ ସକ୍ଷମ ହୁଏ । ଏହି ପୁସ୍ତକଟି ଜନପଦୀୟ ଚେତନାରେ ରଚିତ ଭାଷାର ଐନ୍ଦ୍ରିକତା, ଅର୍ଥଧ୍ୱନି, ମୂର୍ତ୍ତତ ।, ଗୁଂଜନ ଓ ବ୍ୟାପ୍ତିକୁ ଚିହ୍ନିବା ସେତିକି ସହଜ ଯେତିକି ଶ୍ୱାସ ନେବା । କିନ୍ତୁ ଏହି ସହଜ ପରିଚୟରେ ବହୁତ କିଛି ରହିଛି ଯାହା ତା ଜରିଆରେ ଜୀବନରେ ଲୁଚି ରହିଥିବା କିମ୍ବା ଅଧିକ ଗଭୀର ସତ୍ୟତା ପ୍ରତି ଉତ୍ସୁକ କରିଦିଏ । ଗୋଟିଏ ଭାବରେ ଦେଖିବାକୁ ଗଲେ ଏହି କବିତାଗୁଡ଼ିକର ସରଳତା ସେହି ବିଡ଼ମ୍ବନାପୂର୍ଣ୍ଣ ସରଳତାର ଉଦାହରଣ ଯାହା ବସ୍ତୁଗୁଡ଼ିକରେ ଲୁଚି ରହିଥିବା ଜୀବନ-ମର୍ମକୁ ଭେଦ କରି ଦେଖିବାର ଅଦ୍ଭୁତ ପ୍ରଚେଷ୍ଟା ବୋଲି କୁହାଯାଇପାରେ ।