Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ସମ୍ପ୍ରତି ବିଶ୍ୱଭ୍ରମଣ ସହଜସାଧ୍ୟ ହେବା ପରିପ୍ରେକ୍ଷୀରେ ବହୁତ ଭ୍ରମଣ କାହାଣୀ ଲେଖାଯାଉଛି, କିନ୍ତୁ ଅଧିକାଂଶ ଭ୍ରମଣକାରୀଙ୍କ ଅନୁଭୂତିର ବ୍ୟାପକତା ତଥା ପରିବେଷଣର ମୌଳିକତା ବିନା କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ଶୁଷ୍କ ଓ ନିରସ ମନେ ହୁଅନ୍ତି । କିନ୍ତୁ ଦେବୀ ନନ୍ଦ ଜଣେ ସୃଜନଶୀଳ ସ୍ରଷ୍ଟ୍ରା, ’ଏକବର୍ଣ୍ଣୀ’ ଭଳି ଏକ ଉପନ୍ୟାସ ଏବଂ ଅନେକ କବିତା ତଥା ପ୍ରବନ୍ଧମାନ ରଚନା କରି ପାଠକମାନଙ୍କୁ ମୁଗ୍ଧ କରିପାରିଛନ୍ତି ସେ । ଏଣୁ ନିଜସ୍ୱ ଭ୍ରମଣ ବୃତାନ୍ତ ବର୍ଣ୍ଣନା କଲାବେଳେ ତାଙ୍କ ଭିତରେ ଅନନ୍ୟ ସ୍ରଷ୍ଟାଟି ଯେଉଁଭଳି ଭାବେ ସୃଜନର ମଞ୍ଚ ଆରୋହଣ କରି ଲେଖକ-ପାଠକ-ଶ୍ରୋତାମାନଙ୍କୁ ଏକତ୍ରିତ କରି ସୃଜନର ଚମକରେ ଚମତ୍କୃତ କରିପାରିଛନ୍ତି ତାହା ଅନୁଧ୍ୟାନ କରିବା କଥା । ଏହା ବ୍ୟତୀତ ଭାଷାର ଏକ ସୁଦକ୍ଷ ବିନ୍ଧାଣୀ ହେଉଛନ୍ତି ଦେବୀ ନନ୍ଦ, କାବ୍ୟିକ ଭାଷାର ବ୍ୟବହାର କରି ଭ୍ରମଣ କାହାଣୀକୁ ଅତ୍ୟନ୍ତ ସରଳ ଓ ସାବଲୀଳ କରିଛନ୍ତି ଦେବୀ । କେତେକ ସ୍ଥଳରେ, ବିଶେଷକରି ଆମେରିକୀୟ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ ସେ ଯେଉଁଭଳି ଆତ୍ମହରା ହୋଇପଡ଼ନ୍ତି ତାହା ଲକ୍ଷ୍ୟ କରିବା କଥା । ମାତ୍ର ଦେଢ଼ଟି ମାସର ଭ୍ରମଣର ପରିଧି ଭିତରେ ଭ୍ରମଣକୁ ଯେତେ ବ୍ୟାପକ କରିବା କଥା ତାକୁ କରିଛନ୍ତି ଦେବୀ ନନ୍ଦ । ନିଜକୁ ସେ ପରିଧିର କେନ୍ଦ୍ରବିନ୍ଦୁରେ ସ୍ଥାପନ କରି ପୁଅ, ପତ୍ନୀ, କନ୍ୟା ଓ ଭାଣେଜୀଙ୍କ ଭଳି ରକ୍ତ ସମ୍ପର୍କୀୟମାନଙ୍କୁ ପରିଧିର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ସହ ସମ୍ପର୍କିତ କରିଛନ୍ତି । ଆମେରିକାର ପ୍ରମୁଖ ସ୍ଥାନ ଯଥା ଶିକାଗୋଠାରୁ ଆରମ୍ଭ କରି ଲାସ୍ ଭାଗାସ, ନ୍ୟୁୟର୍କ, ନ୍ୟାସଭିଲ, କାଲିଫର୍ଣ୍ଣିଆ ଓ ମ୍ୟାନହାଟେନ ବ୍ୟତୀତ ବଫେଲୋ ବିଶ୍ୱବିଦ୍ୟାଳୟ, ଟାଇମ ସ୍କୋୟାର, ନାଇଗ୍ରା ଫଲ, ଗ୍ରାଣ୍ଡ କାନ୍ୟାନ ତଥା ଷ୍ଟାଚ୍ୟୁ ଅଫ ଲିବର୍ଟି ଭଳି ବହୁ ଦର୍ଶନୀୟ ସ୍ଥାନ ପରିଦର୍ଶନର ବିସ୍ତୃତ ବିବରଣୀ ଦେଇଛନ୍ତି । ଏହା ବ୍ୟତୀତ ଆମେରିକାର ଇତିହାସ, ଅର୍ଥନୀତି ଓ ରାଜନୀତି ସହିତ ଏହାର ଲୋକମାନଙ୍କ ରୁଚି ଓ ଅଧ୍ୟବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ଦେଇଛନ୍ତି ।