Pablo Neruda / Manoranjan Pattanayak
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ଅଧିନାୟକଙ୍କ ପଦାବଳୀ' ର ସ୍ଥାନ ପାବ୍ଲୋ ନେରୁଦାଙ୍କ କବିତାରେ ସର୍ବୋପରି। ଏହାର କେନ୍ଦ୍ରରେ ଅଛନ୍ତି ତାଙ୍କର ପ୍ରେମିକା ମାତିଲ୍ଦେ ଉର୍ରୁତିଆ ନାମ୍ନୀ ଜଣେ ଚିଲିର ମହିଳା, ଯିଏ ବହୁ ବର୍ଷ ଧରି ନେରୁଦାଙ୍କ ପ୍ରେମିକାର ଭୂମିକା ସଫଳତା ସହ ନିର୍ବାହ କରିବା ପରେ ବିବାହ ସୂତ୍ରରେ ଆବଦ୍ଧ ହୋଇ ତାଙ୍କର ତୃତୀୟ ପତ୍ନୀର ସ୍ଥାନ ଗ୍ରହଣ କଲେ। ନେରୁଦାଙ୍କର ଅତ୍ୟନ୍ତ ସଂବେଦନଶୀଳ ଭାବନାଲୋକରେ ମାତିଲ୍ଦେଙ୍କ ମହତ୍ତ୍ୱ ଏଇଥିରୁ ସ୍ପଷ୍ଟ ହୋଇଯାଏ ଯେ 'ଅଧିନାୟକଙ୍କ ପଦାବଳୀ' ବ୍ୟତୀତ '୧୦୦ଟି ପ୍ରେମର ସନେଟ' ମଧ୍ୟ ରଚନା କରିଥିଲେ। ସ୍ୱୟଂ ନେରୁଦାଙ୍କ ଭାଷାରେ - 'ସିଏ ମୋ ପାଇଁ ଧରଣୀରୁ - ନିଜ ପାଦ, ନିଜ ହାତ, ନିଜ ଆଖି ଓ ନିଜ କଣ୍ଠସ୍ୱରରୁ-ସବୁମୂଳ, ସବୁ ଫୁଲ, ମଧୁର ଗନ୍ଧ ଥିବା ଖୁସୀର ସବୁ ଫଳକୁ କାଢ଼ି କରି ଆଣିଛି' ଆଉ ସିଏ 'ମୋ ଗୀତକୁ ଅତି ଉଚ୍ଚ ସ୍ୱରରେ ଗାନ କରୁଛି।'