Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କବିତା ଯେ ନୀରସ, କଠୋର ହୃଦୟରୁ ବାହାରି ପାରେନା? ତେବେ ଝରଣାର ଜନ୍ମ ହୁଏ କିପରି, କେଉଁଠାରୁ, କାହା ଛାତି ଚିରି? କବିତା ଓ ଝରଣା ମଧ୍ୟରେ ଆପଣ ପ୍ରଭେଦ ବାରିପାରିବେ ନିଶ୍ଚିତ, କିନ୍ତୁ କେତେଟା? ଝରଣା ପ୍ରବହମାନ। କବିତା ପ୍ରବହମାନ। ଝରଣା ନାରୀଟିଏ। କବିତା ନାରୀଟିଏ। ଉଭୟରେ ଭଗିନୀ, ଜନନୀ, ଜାୟା, ମାତାମହ ଆଦି ଶବ୍ଦର ଜୀବନ୍ତ ସଂଜ୍ଞା ରହିଛି। କବିତା କେତେବେଳେ ନଦୀ, କେତେବେଳେ ଝରଣା। କବିତାକୁ ଦନ୍ତୁରତା ରୋକିପାରେନା। ଆଜି ସେ ନାହାଁନ୍ତି। ଥିଲେ କେତେ ଭଲ ହୋଇଥାଆନ୍ତା। ମୋର ସବୁ ବହି, ମୋର ପ୍ରଗତିକୁ ଦେଖି ସେ କେତେ ଖୁସି ହୋଇଥାଆନ୍ତେ, ସେଇଥିରେ ମୋର ପେଟ-ମନ-ଆତ୍ମା ପୂରିଉଠି ଥାଆନ୍ତା। ତାଙ୍କରି ପାଇଁ, ତାଙ୍କରି ଯାତ୍ରାପଥ ପାଇଁ, ତାଙ୍କରି ଆସିବା ଓ ଯିବା, ଯିବା ଓ ଆସିବା ପାଇଁ ଏଇ ପଥ- ଏଇ ଶବ୍ଦ ପଥ।