Maharshi Balmiki / Purnachandra Patnaik
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମୋ ବାପା ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ମହର୍ଷୀ ବାଲ୍ମୀକିଙ୍କର ପ୍ରଣୀତ ସାତଖଣ୍ଡ ରାମାୟଣକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । କେବଳ ବାଳକାଣ୍ଡକୁ ୧୯୮୮ ମସିହାରେ ପ୍ରକାଶ କରିଥିଲେ ।ବହୁ କାରଣ ସକାଶେ ଏ ପର୍ଯ୍ୟନ୍ତ ଅନ୍ୟ ୬ କାଣ୍ଡ ପ୍ରକାଶ ହୋଇପାରିନାହିଁ । ଇତିମଧ୍ୟରେ ଅଯୋଧ୍ୟାରେ ନୂତନ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଯାଇଛି । ବାପା ଲେଖିଥିବା ସୁନ୍ଦରକାଣ୍ଡ ପାଣ୍ଡୁଲିପି ଏହି ବର୍ଷ ରାମ ନବମୀ ତିଥିରେ ବ୍ଲାକ ଈଗଲ ବୁକ୍ସ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହେବାକୁ ଯାଉଅଛି ।ମୋର ମନେପଡ଼େ ବାପା ସପରିବାର ତାଙ୍କର ଗ୍ରାମ ଦାଧିମାଛଗାଡ଼ିଆକୁ ଖରାଛୁଟିରେ ରାମଲୀଳା ଦେଖିବାକୁ ଓଡ଼ିଶାର ବିଭିନ୍ନ ଯାଗାରୁ ଆସୁଥିଲେ । ବାପା ସତ୍ୟମାର୍ଗରେ ଏକ ରାମ ରାଜ୍ୟରେ ପ୍ରଜାମାନେ ଜୀବନଯାପନ କରିବା ବିଶ୍ୱାସ କରୁଥିଲେ । ତାଙ୍କ ଜୀବନ କାଳରେ ସେ ଶ୍ରୀରାମଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଶ୍ରୀରାମଙ୍କ ସାମ୍ରାଜ୍ୟ ସମଗ୍ର ଭାରତୀୟ ଉପଦ୍ୱୀପରେ ବିସ୍ତାର କରିଥିଲା । ସେ ରାମ ଶାସନ କରିଥିବା ଯାଗାଗୁଡ଼ିକର ଏକ ହାତଟଣା ନମୁନା ମାନଚିତ୍ର ତିଆର କରି ଏକ ସଠିକ ମାନଚିତ୍ର ପାଇଁ ପାଠକମାନଙ୍କୁ ଆମନ୍ତ୍ରଣ କରିଥିଲେ । ବାଳକାଣ୍ଡର ଅଗ୍ରଭାଗରେ ସେ ନିଜ ବିଷୟରେ, ସତ୍ୟ ଆଉ ରାମଭକ୍ତି ଉପରେ ପ୍ରାଞ୍ଜଳ ଭାବେ ନିଜର ମତ ପ୍ରକାଶ କରିଛନ୍ତି । ତାହାକୁ ଏଠାରେ ତଦ୍ରୂପ ଉଦ୍ଧୃତ କରିବାକୁ ଉଚିତ ମନେକଲି ।ଆଶାକରେ ଓଡ଼ିଆ ପାଠକବୃନ୍ଦ ସୁନ୍ଦରକାଣ୍ଡ ପୁସ୍ତକକୁ ସାଦରେ ଗ୍ରହଣ କରିବେ । ମୋ ମାତୃଭାଷା ଓଡ଼ିଆ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ କେତେକ ତ୍ରୁଟି ପୁସ୍ତକରେ ରହିଯାଇ ଥାଇପାରେ । ସେଗୁଡ଼ିକୁ ପାଠକେ ପ୍ରକାଶକକୁ ଅବଗତ କରିବା ପାଇଁ ଅନୁରୋଧ କରୁଅଛି । - ଦେବନାରାୟଣ ପଟ୍ଟନାୟକ