Heena Modi / Bijayalaxmi Mohanty Pattnaik
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ହୃଦୟରୁ ଝରୁଥିବା ରକ୍ତରେ ଲେଖାଯାଇଛି ଶରଶଯ୍ୟା, ଜୀବନ ଯନ୍ତ୍ରଣାର ଭୟଙ୍କର ଅନୁଭବ । ପଢ଼ିଲା ବେଳେ ଆଖିରୁ ଝରିଆସୁଥିବା ଲୁହକୁ ଅଟକାଇ ପାରିଲିନି । ଆଉ ଏ ବହିର ’ମାଷ୍ଟର ପିସ୍’ ତ୍ରୟୋଦଶ ଅଧ୍ୟାୟ ’ଭଗବାନଙ୍କୁ ଗୋଟେ ଖୋଲାଚିଠି’ ମୋ ଅନ୍ତରକୁ ଦୋହଲାଇ ଦେଇଥିଲା । କଷ୍ଟ ଯନ୍ତ୍ରଣା ସମୁଦ୍ରରେ ବୁଡ଼ି ବୁଡ଼ି ଜଣେ ଏତେ ସକାରାତ୍ମକ ଭାବରେ ଭଗବାନଙ୍କୁ ନିଜର କରିବାରେ କାର୍ପଣ୍ୟ କରିନାହାଁନ୍ତି । 'ଆପଣ ଏହି ଲୁଚକାଳି ଖେଳ ଛାଡନ୍ତୁ ଏବଂ ମୋ ସାମନାକୁ ଆସନ୍ତୁ । ମୁଁ ମୋ ବାଳ ଧୋଇଦେବି ଏବଂ ସେଗୁଡ଼ିକୁ ଏକାଠି କରି ବାନ୍ଧି ଦେବି । ମୁଁ ମୋର ଅତିପ୍ରିୟ ମୟୁରକଣ୍ଠୀ ନୀଳ ଶାଢ଼ୀରେ ସଜେଇ ହେବି । ଆପଣ ମୋର ଟର୍କିସ୍ କାନଫୁଲ ଏବଂ କଙ୍କଣ ଦେଖି ମୋତେ ଚହ୍ନିପାରିବେ । ମୁଁ ମୋ ବାରଣ୍ଡାରେ ଆପଣଙ୍କ ସହିତ ବସିବି କାଡ଼ାମନ ବାସ୍ନାର କଫି ସହିତ । ମୁଁ କିଛି ବି ପ୍ରଶ୍ନ ପଚାରିବି ନାହିଁ । ଆମେ ଉଭୟେ ଉଭୟଙ୍କର ସୌହାର୍ଦ୍ଦ୍ୟ ଅନୁଭବ କରିବା ମୋ ବାରଣ୍ଡାରେ ଲାଗିଥିବା ଦୋଳି ଉପରେ ବସି । ମୁଁ ଆପଣଙ୍କ କାନ୍ଧ ଉପରେ ମୁଣ୍ଡ ରଖିବି । ମୁଁ ଚାହେଁ ଆପଣ ଆପଣଙ୍କ ରୁମାଲରେ ମୋ ଲୁହ ପୋଛି ଦିଅନ୍ତୁ । ମୁଁ ବହୁତ ଥକି ଯାଇଛି କିନ୍ତୁ ହାରି ଯାଇନି ।'ପୁସ୍ତକଟିରେ ଅନେକ ସ୍ଥାନରେ ପୁନଃ କଥନ ଓ ଅତିକଥନ ବେଳେବେଳେ ଅପ୍ରୀତିକର ଲାଗିପାରେ କିନ୍ତୁ ଯନ୍ତ୍ରଣାର ଅନୁଭବ, ଆକସିଡେଣ୍ଟାଲ, ଡାକ୍ତରଖାନାର ୧୧ ମାସର କଷ୍ଟ, ୧୬ରୁ ଅଧିକ ଅପରେସନ ବିରଳ ବ୍ୟାକ୍ଟୋରିଆ ଇନ୍ଫେକ୍ସନ, ଆତ୍ମୀୟ, ପୁଅ, ଝିଅ, ସ୍ୱାମୀ, ସାଙ୍ଗସାଥୀ ମାନଙ୍କର ଭୂମିକା ଡାକ୍ତର ଓ ଥେରାପିଷ୍ଟ ମାନଙ୍କର ସାହାଯ୍ୟ ୧୪ଟି ଅଧ୍ୟାୟରେ ଲିପିବଦ୍ଧ ହୋଇଛି । ଶେଷ ଅଧ୍ୟାୟ ଜୀବନକୁ ଏସବୁ ପରେ ବି ସେ ଅତିମାତ୍ରାରେ ଭଲ ପାଆନ୍ତି ।ସର୍ବଶେଷ ଉପଲବ୍ଧି ହେଲା, 'ତୁମେ ଯେତେବେଳେ ହସୁଛ, ପୃଥିବୀ ତୁମ ସହିତ ହସେ, କିନ୍ତୁ ତୁମେ ଯେତେବେଳେ କାନ୍ଦୁଛ, ତୁମକୁ ଏକାହିଁ ସବୁ ଯନ୍ତ୍ରଣା ପିଇ କାନ୍ଦିବାକୁ ପଡ଼େ ।'